ନୂଆଦିଲ୍ଲୀ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ୩ ବର୍ଷରୁ ଚାଲିଥିବା ଭୀଷଣ ଯୁଦ୍ଧକୁ ରୋକିବା ପାଇଁ ୟୁରୋପ ଠାରୁ ନେଇ ଆମେରିକା ଚାଲିଛି ମାନସ ମନ୍ଥନ। ଅନ୍ୟପଟେ ରୁଷ୍‌ର ୟୁକ୍ରେନ୍‌ ଉପରେ ହମଲା ରୋକିବାର ନାଁ ହିଁ ନେଉ ନାହିଁ। ଆମେରିକା ଦ୍ୱାରା ସବୁ ପ୍ରକାରର ସେନା ସହାୟତା ଫେରେଇ ନେବା ପରେ ୟୁକ୍ରେନ ଯୁଦ୍ଧ ମୈଦାନରେ ଶକ୍ତିହୀନ ହେବା ଆରମ୍ଭ ହୋଇ ଯାଇଛି। ରୁଷ୍‌ ସେନା କେବଳ ୟୁକ୍ରେନକୁ ହମଲା କରୁନି , ୟୁକ୍ରେନୀ ସହର ଗୁଡ଼ିକୁ ମଧ୍ୟ କବଜା କରୁଛି। ରୁଷ୍‌ ରବିବାର ଦାବି କରିଛି ଯେ , ସେ ନିଜର କୁର୍ସ୍କ କ୍ଷେତ୍ରର ଏକ ଭାଗ ବ୍ୟତୀତ ୟୁକ୍ରେନର ଏକ ସହର ଉପରେ ମଧ୍ୟ କବଜା କରି ନେଇଛି। 

ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ୟୁକ୍ରେନୀ ସହର ଉପରେ କବଜାର ଦାବି ନିକଟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନର ସନ୍ଦର୍ଭରେ ବୁଝା ଯାଇ ପାରେ, ଯେଉଁଥିରେ ଟ୍ରମ୍ପ ୟୁକ୍ରେନୀ ପ୍ରେସିଡେଣ୍ଟ ଜେଲେନସ୍କିଙ୍କ ସହ ସାକ୍ଷାତ୍ ବେଳେ କହି ଥିଲେ କି, ଆପଣ ପୁଟିନଙ୍କ ଠାରୁ ହାରିବାକୁ ଯାଉଛନ୍ତି। ଟ୍ରମ୍ପଙ୍କ କହିବାର ଥିଲା ଯେ, ଆମେରିକାର ବିନା ସାହାଯ୍ୟରେ ୟୁକ୍ରେନ ଅଧିକ ଦିନ ରୁଷ୍‌ର ସାମ୍ନା କରି ପାରିବ ନାହିଁ। ଏଠାରେ ଏହା ମଧ୍ୟ କହିବା ଜରୁରୀ ଯେ, ଆମେରିକା ୟୁକ୍ରେନକୁ ସବୁ ପ୍ରକାରର ସେନା ସହାୟତା ବନ୍ଦ କରି ସାରିଛି। 

ରୁଷ୍‌ ଦାବି କରିଛି ଯେ, ତାର ସେନା ୟୁକ୍ରେନର ସୁମି କ୍ଷେତ୍ରରେ ଏକ ଗାଁ ଉପରେ କବଜା କରିନେଇଛି। ଏହି କାର୍ଯ୍ୟାନୁଷ୍ଠାନ ସୀମା ପାର୍‌ ହମଲା ଅନୁସାରେ କରାଯାଇଛି, ଯେବେକି ରୁଷୀୟ ସୈନିକ ନିଜେ କୁର୍ସ୍କ କ୍ଷେତ୍ରରେ ୟୁକ୍ରେନୀ ସେନା ସହ ଲଢୁଛନ୍ତି। ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ଅଫିସିଆଲି ବୟାନରେ କହିଛି ଯେ , ତାର ସେନା ସୁମୀ କ୍ଷେତ୍ରର ନୋଭେନକେ ଗାଁକୁ ମୁକ୍ତ କରି ଦେଇଛନ୍ତି। ଏହି ଗାଁ କୁର୍ସ୍କ କ୍ଷେତ୍ରର ସୀମା ନିକଟରେ ରହିଛି। 

ଏହି ଘଟଣାକ୍ରମରୁ ଏହା ସ୍ପଷ୍ଟ ଯେ, ରୁଷ୍ ଏବେ ୟୁକ୍ରେନର ଉତ୍ତରୀ ଅଞ୍ଚଳରେ ନିଜର ସେନା କାର୍ଯ୍ୟାନୁଷ୍ଠାନ ଦ୍ରୁତ କରି ଦେଇଛି। ଉଭୟ ଦେଶ ମଧ୍ୟରେ ଜାରି ସଂଘର୍ଷରେ ଏହା ଏକ ନୂଆ ଓ ମହତ୍ତ୍ୱପୂର୍ଣ୍ଣ ସ୍ଥିତି ହୋଇ ପାରିଛି।