ଖନ୍ତାପଡ଼ା,୧୭। ୩(ଆ.ପ୍ର):- ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି ଲଜ୍ୟାଜନକ ଘଟଣା। ଜଣେ ମହିଳାଙ୍କ କେଶକୁ କଇଁଚିରେ କାଟି ଲଣ୍ଡା କରି ଦିଆଯାଇଥିବା ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ବରୁଣସିଂ ପଞ୍ଚାୟତର ଜଣେ ମହିଳା ହୋଲି ଦିନ ରଙ୍ଗ ଖେଳିବାକୁ ରାସ୍ତାରେ ଯାଉଥିଲେ। ଏହି ସମୟରେ ଜନୈକ ବ୍ୟକ୍ତି ତାଙ୍କୁ ପଣା ଖାଇବା ବାହାନାରେ ଘର ଭିତରକୁ ନେଇଥିଲେ। ସେଠାରେ ମାଡ଼ ମାରିବା ସହ ମହିଳାଙ୍କ ଶାଢ଼ୀ ଝରକାରେ ବାନ୍ଧି କେଶକୁ କଇଁଚି ସାହାଯ୍ୟରେ ସମ୍ପୂର୍ଣ୍ଣ କାଟି ଦେଇଥିବା ଖନ୍ତାପଡ଼ା ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଖନ୍ତାପଡ଼ା ଥାନା ଅଧିକାରୀ ନ୍ୟାୟ ବଦଳରେ ସମାଧାନ କଥା କହୁଥିବା ପୀଡିତା କହିଛନ୍ତି ।
ଏ ବାବଦରେ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ କହିଛନ୍ତି, ଅଭିଯୋଗ ହୋଇଛି ମାମଲା ରୁଜୁ ହୋଇନାହିଁ l ଅନ୍ୟ ପଟେ ସମ୍ପୃକ୍ତ ବ୍ୟକ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ମହିଳାଙ୍କ ଚୁଟି କାଟି ନାହାନ୍ତି କି ସେ ଏ ବିଷୟରେ କିଛି ଜାଣି ନାହାଁନ୍ତି। ଏ ବିଷୟରେ ତାଙ୍କ ବିରୋଧରେ ମିଥ୍ୟା ଆରୋପ କରାଯାଇଛି।