ପିପିଲି,୧୩।୮ : ପିପିଲିରେ ଅଘଟଣ । ଦୀପରୁ ନିଆଁ ଲାଗି ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିପିଲି ଜୟପୁର ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଅଘଟଣ । ନିଆଁ ରେ ପୋଡି ହୋଇ ମହିଳାଙ୍କ ଶରୀରର ୯୦ ଭାଗ ଜଳିଯାଇଛି ।
ମହିଳାଙ୍କ ଘର ପିପିଲି ଦରଜି ସାହିରେ ହୋଇଥିବା ବେଳେ ସେ ଏକ ଆପାଟମେଣ୍ଟରେ ଭଡାରେ ରହୁଥିଲେ । ମହିଳା ଜଣଙ୍କ ସନ୍ଧ୍ୟା ଆଳତି କରୁଥିବା ସମୟରେ ଦୀପ ରୁ ନିଆଁ ଲାଗି ପୋଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ମହିଳା ଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳ ରେ ପୁରୀ ଅତିରିକ୍ତ ଏସପି ସଚିନ ପଟେଲ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।