ନୂଆଦିଲ୍ଲୀ,୨୨/୦୪; 'ଗେଟ୍ ଆଉଟ୍ ହିୟର, ତୁମେ ଟ୍ରାଫିକ ଜାମ୍ କରୁଛ' । ମଝି ରାସ୍ତାରେ ମନ୍ତ୍ରୀଙ୍କୁ କିଛି ଏମିତି କହି ଝାଡି ଦେଲେ ଜଣେ ମହିଳା । ସମସ୍ତେ ଆଶ୍ଚର୍ଯ୍ୟ କରି ଚାହିଁଛନ୍ତି । ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଏହି ଅଜବ ଘଟଣା ଦେଖିବାକୁ ମିଳିଛି । ଶାସକ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହୋଇଥିବା ବେଳେ ଜଣେ ସାଧାରଣ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ । ସୋସିଆଲ ମିଡିଆରେ ଉକ୍ତ ଘଟଣା ସମୟରେ ଭିଡିଓ ଘୁରିବୁଲୁଛି ।
ମହିଳା ଜଣକ ନିଜ ପିଲାକୁ ସ୍କୁଲରୁ ଆଣିବାକୁ ଯାଉଥିବା ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବା ପରେ ଧୈର୍ଯ୍ୟହରା ହୋଇ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ସିଧାସଳଖ ମନ୍ତ୍ରୀ ଓ ପୋଲିସ କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ମହିଳା ଜଣକ "ଏଠାରୁ ତୁରନ୍ତ ବାହାରିଯାଅ" ବୋଲି କହି ପାଟି କରିବା ସହ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରିବା ଘଟଣାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଶୋଭାଯାତ୍ରା ସମୟରେ ଟ୍ରାଫିକ୍ ଜାମ୍ ଯୋଗୁଁ ମହିଳା ଜଣଙ୍କ କ୍ରୋଧିତ ହୋଇଥିଲେ । ଏକ ରାଲିରେ ମହାଜନ ସମ୍ବୋଧନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ।
Brave lady bashes minister on road over his interview mid-way creating a huge traffic jam 🔥
— POL (@CptoneP) April 22, 2026
Salute to the lady 🫡 pic.twitter.com/iqUbIVdyxt
Mumbai woman, who taught Maharashtra minister Girish Mahajan a lesson in civics sense, also lashed out at a cop who tried to shut her down. In reply, a chilling "Shut up" reverberated. https://t.co/fHwlntCQoJ pic.twitter.com/Dr4ZXX8YJl
— Piyush Rai (@Benarasiyaa) April 22, 2026
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଓର୍ଲିର ଜାମ୍ବୋରୀ ମଇଦାନ ପରି ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରାଲି ଆୟୋଜନ କରିବା ଯୋଗୁଁ ହଜାର ହଜାର ଲୋକ ଟ୍ରାଫିକରେ ଫସି ରହିଥିଲେ । ମନ୍ତ୍ରୀଙ୍କୁ ସାମ୍ନା କରି ସେ ପାଖରେ ଥିବା ଏକ ଖାଲି ପଡ଼ିଆକୁ ଦେଖାଇ ପ୍ରଶ୍ନ କରିଥିଲେ ଯେ, "ପାଖରେ ଏତେ ବଡ଼ ପଡ଼ିଆ ଥାଉ ଥାଉ ରାସ୍ତା କାହିଁକି ବନ୍ଦ କରାଯାଇଛି ?" ମହିଳା ଜଣକ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବା ସହିତ ହସ୍ତକ୍ଷେପ କରୁଥିବା ପୁଲିସ ଅଧିକାରୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏବଂ ବରିଷ୍ଠ ଅଧିକାରୀଙ୍କୁ ଡାକିବାକୁ ଜିଦ୍ ଧରିଥିଲେ। ଏହା ପରେ ପୁଲିସ ମହିଳାଙ୍କୁ ରାସ୍ତା କଡ଼କୁ ନେଇ ବୁଝାସୁଝା କରିଥିଲା । ମନ୍ତ୍ରୀ ମହାଜନ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବା ପରେ ମଧ୍ୟ ମହିଳା ଜଣଙ୍କ ତାଙ୍କ କ୍ରୋଧ ଜାରି ରଖି କହିଥିଲେ ତୁମ କଣ ବୁଝିପାରୁନାହଁ ? ତୁମର କଣ ହୋଇଛି ?
ଏହା ବି ପଢନ୍ତୁ...ନାମ, ଠିକଣା, ଚେହେରା ବଦଳାଇ ପାକିସ୍ତାନରେ ଲୁଚିଛି ପହଲଗାମ ମାଷ୍ଟରମାଇଣ୍ଡ ସାଜିଦ, ଆସିଲା ଫଟୋ
ସୂଚନାଯୋଗ୍ୟ ଯେ, ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପ୍ରତିବାଦରେ ବିଜେପି ପକ୍ଷରୁ ଏହି ''ମହାୟୁତି'' ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ । ମାତ୍ର ଶୋଭାଯାତ୍ରା ଆରମ୍ଭ ହେବାରେ ବିଳମ୍ବ ଯୋଗୁଁ ସମଗ୍ର ଜିଲ୍ଲାରେ ଟ୍ରାଫିକ୍ ଜାମ ହୋଇଥିଲା ।