ପ୍ରମୂଖ ଖବର
  • ବାହୁଡ଼ା ଯାତ୍ରା: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେଲା ପହଣ୍ଡି, ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେବ ଚତୁର୍ଦ୍ଧାମୂର୍ତ୍ତି
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଚକ୍ରରାଜ ସୁଦର୍ଶନଙ୍କ ଚାଲିଛି ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ପୋଖରୀରୁ ମାଛ ଚୋରି, ଟଙ୍କା ମାଗିବାରୁ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Published By : Rasmita Pradhan | March 22, 2025 2:38 PM

ମାଲକାନଗିରି/ମାଥିଲି, ୨୨/୩ : ଭାଗ ପୋଖରୀରୁ ମାଛ ଚୋରି। ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। 

ସୂଚନାନୁଯାୟୀ, ମହୁପଦର ଗ୍ରାମର ଲକ୍ଷ୍ମୀ କଲାର (୨୩ ବର୍ଷ) ଓ ଅନ୍ୟଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥିଲେ। ସେହି ଗ୍ରାମର ଜଣେ ବ୍ୟକ୍ତି ପୋଖରୀରୁ ମାଛ ଚୋରି କରିଥିବାର ଜାଣି ଲକ୍ଷ୍ମୀ ଶୁକ୍ରବାର ରାତିରେ ତାଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ। ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ନଦେଇ ଓଲଟା ଗାଳି ଗୁଲଜ କରିଥିଲେ। ଏହାପରେ ଲକ୍ଷ୍ମୀ ରାତିରେ ନିଜ ଘରକୁ ଫେରି ଆସିଥିଲେ। ଶନିବାର ସକାଳେ ଘରେ ଲକ୍ଷ୍ମୀ ଲୁଗା ଶୁଖାଉଥିବା ସମୟରେ ହଠାତ୍ ଉକ୍ତ ବ୍ୟକ୍ତି ଆସି ଲକ୍ଷ୍ମୀର ମୁଣ୍ଡକୁ ଟଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଲକ୍ଷ୍ମୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଲକ୍ଷ୍ମୀଙ୍କ ଭଉଣୀ ଗ୍ରାମବାସୀଙ୍କୁ ଡାକି ତାଙ୍କୁ ମାଥିଲି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। 

ମାଥିଲି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ହତ୍ୟା ସନ୍ଦେହରେ ପୋଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଲାଞ୍ଚ ନେବା ବେଳେ ଭିଡ଼ିଓ ଭାଇରାଲ୍, ପାତ୍ରପୁର ଯୋଗାଣ ନୀରିକ୍ଷକ କାର୍ଯ୍ୟରୁ ନିଲମ୍ବିତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.