ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଲାଞ୍ଚ ନେବା ବେଳେ ଭିଡ଼ିଓ ଭାଇରାଲ୍, ପାତ୍ରପୁର ଯୋଗାଣ ନୀରିକ୍ଷକ କାର୍ଯ୍ୟରୁ ନିଲମ୍ବିତ

Published By : Rasmita Pradhan | March 22, 2025 1:59 PM

ପାତ୍ରପୁର, ୨୨/୦୩ : ଲାଞ୍ଚ ନେଉଥିଲେ ଯୋଗାଣ ନୀରିକ୍ଷକ। ଭାଇରାଲ୍ ହେଲା ଭିଡିଓ। କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର। ପାତ୍ରପୁର ଯୋଗାଣ ନୀରିକ୍ଷକ ବଳରାମ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଵନ କଲେ ରାଜ୍ୟ ସରକାର।

ସୂଚନାନୁଯାୟୀ, ପାତ୍ରପୁର ବ୍ଲକ ଗୁଡିପଦର ପଞ୍ଚାୟତ ବଳରାମପୁର ଗ୍ରାମର ପାଣ୍ଡୁରଙ୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ପିଡିଏସ୍ ଲାଇସେନ୍ସ ନବୀକରଣ ବାବଦକୁ ଯୋଗାଣ ନୀରିକ୍ଷକ ବଳରାମ ଜେନା ଲାଞ୍ଚ ନେଉଥିଲେ। ଏହି ଘଟଣା ବେଳର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଘୂରିବୁଲିଥିଲା। ଏହାପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିନା ଦସ୍ତାଗିରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ସୁଭସ୍ମିତା ମିଶ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ, ପାତ୍ରପୁର ବିଡିଓ ଲକ୍ଷ୍ମଣ ସୋରେନ ଏବଂ ପାତ୍ରପୁର ତହସିଲଦାର ବିଶ୍ୱରଞ୍ଜନ କଂହର ପ୍ରମୁଖଙ୍କୁ ନେଇ ଏକ ଚାରି ଜଣିଆ କମିଟି ଗଠନ କରାଯାଇଥିଲା। ଟିମ୍ ଘଟଣାର ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟ ଆଧାରରେ ବିବାଦୀୟ ଯୋଗାଣ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଖବରଟିକୁ ପଢନ୍ତୁ-ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.