ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାରାଗ୍ଲାଇଡିଂ ବେଳେ ଅଘଟଣ, ଜଣେ ମହିଳା ଟୁରିଷ୍ଟ ଓ ପାଇଲଟ ମୃତ

Published By : Swapna Ray | January 19, 2025 12:46 PM

ପାଣାଜୀ, ୧୯।୧: ପାରାଗ୍ଲାଇଡିଂ ବେଳେ ଅଘଟଣ । ଗୋଆରେ ପାରାଗ୍ଲାଇଡିଂ ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ପୁଣେର ଜଣେ ୨୭ ବର୍ଷୀୟ ମହିଳା ଶିବାନୀ ଓ ୨୬ ବର୍ଷୀୟ ପାରାଗ୍ଲାଇଡିଂ ପାଇଲଟ ସୁମନ ନେପାଳୀ । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଜାନୁଆରୀ ୧୮ରେ ବିନା ଅନୁମତିରେ ଓ ସୁରକ୍ଷା ଉପକରଣ ବିନା ପାରାଗ୍ଲାଇଡିଂ ବେଳେ ଉଭୟଙ୍କର ମୃତ୍ୟୁ ହୋଇଥିବା କହିଛି ଗୋଆ ପୋଲିସ । ଏନେଇ ଗୋଆ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ପାରାଗ୍ଲାଇଡିଂ କମ୍ପାନୀର ମାଲିକକୁ ଗିରଫ କରିଛି । 

କହିରଖୁ କି, ଏହି ଦୁର୍ଘଟଣା ୧୮ ଜାନୁଆରୀରେ ହୋଇଥିଲା । ପୁଲିସର କହିବାନୁସାରେ, ସୁରକ୍ଷା ନିୟମରେ ଅବହେଳା ଓ ବିନା ଅନୁମତିରେ ପାରାଗ୍ଲାଇଡିଂ କରିଥିବାରୁ ଏଭଳି ଅଘଟଣ ଘଟିଛି । ଯାହା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ପରେ ଘଟଣାରେ ଆକ୍ସନ ନେବା ପରେ ପାରାଗ୍ଲାଇଡିଂ କମ୍ପାନୀର ମାଲିକ ଶେଖର ରାୟଜାଦାଙ୍କୁ ଗିରଫ କରିଛି ଗୋଆ ପୋଲିସ । ବିନା ଅନୁମତି ଓ ସୁରକ୍ଷା ଉପକରଣ ବିନା କମ୍ପାନୀ ପାଇଲଟଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ସହ ପାରାଗ୍ଲାଇଡିଂ ପାଇଁ କିଭଳି ମାଲିକ ଜଣକ ଅନୁମତି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠିଛି । ଗୋଆର ପୋଲିସ ମହାନିର୍ଦ୍ଦେଶକ ଆଲୋକ କୁମାର ନିଜ ବୟାନରେ କହିଛନ୍ତି, କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସର କହିବାନୁସାରେ, କମ୍ପାନୀର ମାଲିକ ଶେଖର ରାୟଜାଦା ଜାଣିଶୁଣି ନିଜ କମ୍ପାନୀର ପାଇଲଟଙ୍କୁ ବିନା ଲାଇସେନ୍ସରେ ପାରାଗ୍ଲାଇଡିଂ କରିବାକୁ ଅନୁମତି ଦେଇଛନ୍ତି । ତେବେ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.