ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହିଳା ପୋଲିସ ଅଫିସରଙ୍କୁ ଆକ୍ରମଣ କରିବା ସହ ଲୁଟପାଟ; ନିର୍ଧୁମ ଛେଚା ଖାଇଲେ ଦୁର୍ବୃର୍ତ୍ତ

Published By : Bijay Swain | February 17, 2025 9:20 PM

Image courtesy: indiatoday

ନୂଆଦିଲ୍ଲୀ: ଚେନ୍ନାଇର ଏକ ଚେଳ ଷ୍ଟେସନ ନିକଟରେ ଜଣେ ୨୫ ବର୍ଷିୟା ମହିଳା ପୋଲିସ ଅଫିସରଙ୍କୁ ଆକ୍ରମଣ କରିବା ସହ ଲୁଟପାଟ କରିଛନ୍ତି ଜଣେ ଦୁର୍ବୃର୍ତ୍ତ। ଏହି ଦୁର୍ଘଟଣା ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିଲା ବୋଲି ଜଣାପଡିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଦୁର୍ବୃର୍ତ୍ତ ଜଣକୁ ନିଜ ଆୟତକୁ ଆଣିବା ସହ ପୋଲିସର ଜିମା ଦେଇଛନ୍ତି। 

ସୂଚନା ମୁତାବକ, ମହିଳା ପୋଲିସ ଅଫିସର ଜଣଙ୍କ ତାମିଲନାଡୁର ସାଇବର ଇଣ୍ଚେଲିଜେନ୍ସ ଉଇଙ୍ଗରେ କାର୍ଯ୍ୟ କରନ୍ତି। ଶନିବାର ଘରକୁ ଯିବା ପାଇଁ ସେ ରାତି ୧୧ଟା ୩୦ ସୁଦ୍ଧା ଏଗମୋରେ ରେଳ ଷ୍ଟେସନରେ ଏକ ଟ୍ରେନ ଧରିଥିଲେ। ତେବେ ଟ୍ରେନଟି ପାଜାଭନ୍ତାଙ୍ଗଲ ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଦୁର୍ବୃର୍ତ୍ତ ଜଣକ ଟ୍ରେନରୁ ଥଳକୁ ଠେଲି ଦେଇଥିଲେ। ପରେ ଦୁର୍ବୃର୍ତ୍ତ ଜଣକ ତାଙ୍କ ବେକରେ ପଡିଥିବା ସୁନାଚ୍ନକୁ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ। 

ଲୁଟ କରି ଦୁର୍ବୃର୍ତ୍ତ ଜଣକ ଘଟଣାସ୍ଥରୁ ଚମ୍ପଟ ମାରୁଥିବା ବେଳେ ମହିଳା ପୋଲିସ ଅଧିକାରି ଜଣଙ୍କ ସାହାଯ୍ୟ ପାଇଁ ପାଟିକରିଥିଲେ। ତାଙ୍କ ପାଟି ଶୁଣି ନିକଟରେ ଥିବା ଯାତ୍ରୀମାନେ ଘଟଣାସ୍ଥଳକୁ ଆସି ଦୁର୍ବୃର୍ତ୍ତକୁ କାବୁ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତାକୁ ଉତ୍ତମମଧ୍ୟମ ଦେବା ସହ ରେଳ ପୋଲିସର ଜିମା ଦେଇଥିଲେ। ତେବେ ଦୁର୍ବୃର୍ତ୍ତ ଜଣକର ନାମ ସତ୍ୟାନ ହୋଇଥିବା ବେଳେ ତା ଘର ଚିଟ୍ଲାପକ୍କମ ଅଞ୍ଚଳରେ ବୋଲି ସୂଚନା ମିଳିଛି। 

ମାବାଲମ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଏହି ଘଟଣାର ଛାନବିନ ଜାରି ରଖିଛି। 

ବିଗତ କିଛି ସପ୍ତାହ ମଧ୍ୟରେ ତାମିଲନାଡୁର ବିଭିନ୍ନ ରେଳ ଷ୍ଚେସନ ଅଞ୍ଚଳ ଗୁଡିକରେ ଅପରାଧର ସଂଖ୍ୟା ବଢିଚାଲିଛି। କେବଳ ଗତ ସପ୍ତାହରେ ଜଣେ ୨୬ ବର୍ଷିୟା ମହିଲା ଯାତ୍ରୀ ଚଳନ୍ତା ଟ୍ରେନରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। 

ପୂର୍ବରୁ ଜଣେ ଚାରିମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଯୌନ ନିର୍ଯାତନାର ଶିକାର ହେବା ସହ ତାଙ୍କୁ ଜୋଲାରପ୍ରିତ ଅଞ୍ଚଲରେ ଚଳନ୍ତା ଟ୍ରେନରୁ ଠେଲିଦିଆଯାଇଥିଲା। ଏହି ଦୁର୍ଘଟଣାରେ ମହିଳା ଜଣଙ୍କୁ ଗୁରୁତର ଆଘାତ ଲାଗିବା ସହ ତାଙ୍କର ଗର୍ଭପାତ ହୋଇଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.