ରାଞ୍ଚି,୧୫/୧୧: ଅନ୍ଧବିଶ୍ବାର ବସବର୍ତ୍ତୀ ମଣିଷ ଠିକ ଭୁଲ ବିଚାର କରି ପାରେ ନାହିଁ । ହିତାହିତ ଜ୍ଞାନ ଭୁଲିଯାଏ । କଳାଯାଦୁର ନିଶାରେ ଭୟଙ୍କର କାଣ୍ଡ ଘଟାଏ । ଝାଡଖଣ୍ଡରୁ ଏପରି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣଙ୍କ ଲୋମଟାଙ୍କୁରି ଯିବ । ଝାଡଖଣ୍ଡ ପାଲାମୁ ଅଞ୍ଚଳର ଜଣେ ମହିଳା ତନ୍ତ୍ର ସାଧନା ପାଇଁ ନିଜ ଦେଢ ବର୍ଷର ଝିଅକୁ ବଳି ପକାଇବା ସହ ଖଣ୍ଡ ଖଣ୍ଡ କରି କାଟି ଦେଇଛି ମାଆ ।
ଝାଡଖଣ୍ଡ ପାଲାମୁ ଅଞ୍ଚଳର ଗୀତା ଦେବୀ ନିଜର ଦୋଷ ମାନିଛନ୍ତି । ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ ଗୀତା ଦେବୀଙ୍କୁ ତନ୍ତ୍ର ମନ୍ତ୍ର ସାଧନା ନିଶା ଥିଲା । ଯଦି ସେ ତାଙ୍କ ଝିଅ ଓ ସ୍ବାମୀଙ୍କ ମାରି ଦିଅନ୍ତି ତେବେ ତନ୍ତ୍ର ସାଧନା କରିପାରିବେ ବୋଲି ସ୍ବପ୍ନ ଦେଖିଥିଲେ । ଏହା ପରେ ଝିଅକୁ ମାରିବାକୁ ଯୋଜନା କରିଥିଲେ । ଘରଠାରୁ ୨କିମି ଦୂର ଝିଅକୁ ନେଇ ତାର ତଣ୍ଟି କାଟି ବଳି ଦେଇଥିଲେ । ଏହା ପରେ ତା ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ ମହିଳା ଜଣକ ।
ଅଭିଯୁକ୍ତ ମହିଳାଙ୍କ ପରିବାର କହିଛନ୍ତି ତାଙ୍କ ସ୍ବାମୀ ଦିଲ୍ଲୀରେ ରୁହନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସାମାଜ ଆଧୁନିକ ହେଉଛି । ବିଜ୍ଞାନ ଆଗେଇଛି ତଥାପି ଅନ୍ଧବିଶ୍ବାସର ବସବର୍ତ୍ତୀ ମଣିଷ ଭୟଙ୍କର କାଣ୍ଡ ଘଟାଉଛି । ତେବେ ମଣିଷ ସମାଜ କେବେ ସଚେତନ ହେବ ତାହା ଏବେ ବଡ ପ୍ରଶ୍ନ ।