ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ୍‌ କିସ୍ତି

Published By : Harapriya Sethi | March 2, 2025 11:47 AM

ଭୁବନେଶ୍ୱର, ୦୨/୦୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍ । ମ୍ୟାଜିକ୍‌ ନମ୍ବର କୋଟିଏରୁ ଊର୍ଦ୍ଧ୍ୱ ଛୁଇଁଛି ସୁଭଦ୍ରା । ଅର୍ଥାତ ଏଯାଏଁ ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଲେଣି । ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ମାର୍ଚ୍ଚ ୩୧ ତାରିଖ ଯାଏଁ ସୁଭଦ୍ରା ଆବେଦନ କରିପାରିବେ । ୩୧ ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ, ସେମାନେ ଏକକାଳୀନ ସୁଭଦ୍ରା ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ସମସ୍ତ ହିତାଧିକାରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ହେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୬ରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା।  ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ  ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ। ହିତାଧିକାରୀଙ୍କ ଖାତାଙ୍କୁ ଯିବ ୫ ହଜାର ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ  ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ।

ଏଯାଏଁ ୪ଟି ପର୍ଯ୍ୟାୟରେ ୯୮  ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର  ଲେଖାଏଁ ଟଙ୍କା ମିଳିଛି । ବ୍ୟାଙ୍କ ଖାତା ସହ  ଆଧାର ସଂଯୋଗ ଓ ଡିବିଟି ନେଇ ଥିବା ସମସ୍ୟା  କାରଣରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । "ସୁଭଦ୍ରା' ପ୍ରଥମ କିସ୍ତିର ଏମାନେ ଶେଷ ହିତାଧିକାରୀ ହୋଇଥିବା  ବେଳେ ମାର୍ଚ୍ଚ ୬ରେ ୫ମ ପର୍ଯ୍ୟାୟରେ ଏମାନଙ୍କୁ  ପ୍ରଥମ କିସ୍ତିର ଟଙ୍କା ମିଳିବ । ୮ରେ ସମସ୍ତ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.