କର୍ଲାମୁଣ୍ଡା ୧୪/୧୧: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତର ମାତୃପୁରୀ ଅଞ୍ଚଳରେ ମନରେଗା ଯୋଜନାରେ ଗାତ ଖୋଳା କାମ ଚାଲୁଥିଲା l ଏଥିରେ ରିଷିଡା ଗାନ୍ଧୀନଗର ପଡାର ଜବ କୁମାର ମଧ୍ୟ ଶ୍ରମିକ ଭାବେ ନିୟୋଜିତ ଥିଲେ l ଆଜି ପୂର୍ବାହ୍ନରେ ସେ କାମ କରୁଥିବା ବେଳେ ହଠାତ ଟଳି ପଡିଲେ l ତାଙ୍କୁ ରିଷିଡା ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ l

ଖବର ପାଇ ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ, ଏପିଓ ଲିଜା ବରିହା, ଭାରପ୍ରାପ୍ତ ବିଏସ ଓ ପ୍ରଦୀପ କୁମାର ମାଝୀ, ରିଷିଡା ସରପଞ୍ଚ ସେବତୀ ରଣା, ପି ଇ ଓ ଦେବରାଜ ରଣା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ l ସରକାରୀ ଗାଇଡ଼ଲାଇନ ଅନୁଯାଇ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି l ହରିଶ୍ଚନ୍ଦ୍ର ଯୋଜନାରେ ତତ୍କାଳ ସହାୟତା ରାଶି ଦିଆଯିବ ବୋଲି ସରପଞ୍ଚ କହିଛନ୍ତି l