ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବସିଛି ଶ୍ରମିକ, ଖଟୁଛି ମେସିନ; ପୋଖରୀ ଉନ୍ନତି କରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

Published By : Bijay Swain | May 27, 2025 5:59 PM

ଜହ୍ନ।ପଙ୍କ, ୨୭/୫: ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ । ମେସିନରେ କାମ କରି ଶ୍ରମିକଙ୍କ ଗୋଟିଏ ନାଁରେ ଟଙ୍କା ହଡପ କରିବାକୁ ଯୋଜନା କରାଯାଇଛି। ଖାଲି ଏତିକି ନୁହେଁ ସୂଚନାଫଳକ ଟାପି ଦେଇ ସୂଚନା ଲୁଚେଇବାକୁ ଚାଲିଛି ପ୍ରୟାସ। ଶ୍ରମିକ ବଦଳରେ ଦିନ ରାତି ମେସିନ ଲଗାଇ ନିର୍ମାଣ କାମ ଚାଲିଛି । ବାସ୍ତବରେ ମୁଲ ଲାଗି ଗୁଜୁରାଣ ମେଣ୍ଟାଇଥିବା ଶ୍ରମିକଙ୍କୁ କାମ ନଦେଇ ଜାଗଜପତ୍ରରେ କିଛି ଶ୍ରମିକଙ୍କୁ ଢାଲ କରି ବିଭାଗୀୟ ଅଧିକାରୀ ନିଜ ପକେଟ ଗରମ କରୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ବ୍ଲକ ତ।ଳସରଡ଼ା ପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ ଏଭଳି ଦୁର୍ନୀତି ଅଭିଯୋଗ ସାମ୍ନାରୁ ଆସିଛି ।

ସୂଚନା ଅନୁସାରେ, ତାଳସରଡ଼ା ଗ୍ରାମରେ ଗ୍ରଡାମୁଣ୍ଡା ବନ୍ଧ ଉନ୍ନତିକରଣ ପାଇଁ ମନରେଗା ଯୋଜନାରୁ ଏକ ପୋଖରୀ ଖୋଳାଯାଇଛି । ଉକ୍ତ ପୋଖରୀର ସମସ୍ତ ମାଟି ପୋଖରୀ ହିଡ଼ରେ ନପକାଇ ନିକଟସ୍ଥ ରାସ୍ତା ଉପରେ ପକାଯିବା ସହିତ ମାଟିକୁ ଟ୍ରିପ ୨୦୦ ଟଙ୍କାରେ ବିକ୍ରି କରା ଯାଇଛି । ଉକ୍ତ ପୋଖରୀ ଓ ରାସ୍ତା ମନରେଗା ଯୋଜନାରୁ ନିର୍ମାଣ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପଇଁ ବିଭାଗୀୟ ଯନ୍ତ୍ରୀ ଓ ଅସାଧୁ କର୍ମଚାରୀ ଏକ ସୁନ୍ଦର ଯୋଜନା ରଚିଥିବା ଜଣାପଡୁଛି । ପ୍ରାୟ ସପ୍ତାହେରୁ ଅଧିକ ଦିନ ହେଲା ଜେସିବି ଏବଂ ଟ୍ରାକ୍ଟର ଲଗାଇ କାମ ଚାଲିଥିବା ବେଳେ ବିଭାଗୀୟ  ଅଧିକାରୀଙ୍କ ଭୂମିକା ସନ୍ଦେହ ଜନକ ରହିଛି । କେବଳ ଏତିକି ନୁହେଁ, ପ୍ରକଳ୍ପର ଅଧାରୁ ଅଧିକ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ କାଳେ ସାମ୍ବାଦିକଙ୍କ ଆଗରେ ଧରାପଡ଼ିଯିବ ଭାବି ସୂଚନାଫଳକକୁ ମାଟି ପୋତିଦେଇଥିବା ଦେଖାଯାଇଛି । ଅନ୍ୟପଟେ ଭକ୍ତ ପ୍ରଳଳ୍ପ ପାଇଁ କାର୍ଯ୍ୟାଦେଶ ବାହାରିଥିଲେ ମଧ୍ୟ ଜଣେ ହେଲେ ଶ୍ରମିକଙ୍କ ନାଁରେ ମଷ୍ଟର୍ ରେଲ୍ ବାହାର କର।ନଯାଇ ଯେଉଁମାନେ ଶ୍ରମିକ ଶ୍ରେଣୀର ନୁହନ୍ତି   କିଭଳି ତାଙ୍କ ନାମ ଏଣ୍ଟ୍ରି କରାଯାଇଛି ତାହାକୁ ନେଇ ପ୍ରଶ୍ନ ଉଠୁଛି । 

ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗ।ଇ ଦେବା ପାଇଁ ସରକାର ମନରେଗା ଯୋଜନା କାର୍ଯ୍ୟକରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଏଡିଇଓଙ୍କ ବେପରୁଆ ମନୋଭାବ ଯୋଗୁଁ ଯୋଜନା ବାଟବଣା ହେଇଥିବା ଦେଖାଯାଇଛି । ଏନେଇ ପିଇଓ ସୌଦାମିନୀ ନାଏକଙ୍କୁ ପଚାରିବାରୁ ଏ କାମ ସମ୍ପର୍କରେ ମୁଁ ଜାଣିନାହିଁ ଏଡିଇଓଙ୍କୁ ପାଚାରନ୍ତୁ ବୋଲି କହିଥିଲେ। ଏଡିଇଓ ସ୍ୱରଜିତ ମହାପାତ୍ରଙ୍କୁ ପଚାରିବାରୁ ଯଦି ମେସିନରେ ହୋଇଛି ତ୍ୱରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ଜିଲାପାଳ ଓ ଭିଜିଲାନ୍ସ ଏହାର ତଦନ୍ତ କରିବାକୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.