ନୂଆଦିଲ୍ଲୀ: ଫୁଣି ପ୍ରକାଶ ପାଇଛି ବିଶ୍ୱ ବିମାନ ସେବାର ରିପୋର୍ଟ। ଏୟାରହେଲ୍ପ ଆଇଏନସି(AirHelp Inc) ନାମକ ଏକ ସଂସ୍ଥା ସହାୟତାରେ ଫୁଣିଥରେ ବିଶ୍ୱ ବିମାନ ସେବାର ପୁନଃ ମୁଲ୍ୟାୟନ କରାଯାଇଛି। ଏହି ରିପୋର୍ଟରେ 2024ର ସବୁଠୁ ଭଲ ଓ ସବୁଠୁ ଖରାପ ଏୟାର ଲାଇନ ଉପରେ ଚର୍ଚ୍ଚା କରାଯାଇଛି। ଏହି ମୁଲ୍ୟାୟନ ଠିକ ସମୟରେ ଉଡାଣ, ବ୍ୟାଘାତ ପାଇଁ ଗ୍ରାହକଙ୍କ ଦାବି, ଖାଦ୍ୟ, ଆରାମ ଓ ସେବା କ୍ଷେତ୍ରରେ ଯାତ୍ରୀ ମାନଙ୍କ ମତାମତ ଉପରେ ଆଧାର କରି ବନାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭାରତର କୌଣସି ଏକ ବିମାନ ସେବା ଯୋଗାଉଥିବା କମ୍ପାନୀ ଏହି ଲିଷ୍ଟରେ ଶୀର୍ଷରେ ନାହିଁ।
ଜାନୁଆରିରୁ ଅକ୍ଟୋବର ମାସ ମଧ୍ୟରେ ଯାତ୍ରୀମାନଙ୍କ ଅଭିଜ୍ଞତା, କାର୍ଯ୍ୟକ୍ଷମ ଦକ୍ଷତା ଓ ମତାମତକୁ ଆଧାର କରି ଏହି ରିପେର୍ଟ ବନାଯାଇଛି। ଏୟାରହେଲ୍ପର କାର୍ଯ୍ୟନିର୍ବାହି ଅଧିକାରି ତୋମାସ୍ଜ ପାୱଲିସଜାଏନଙ୍କ ବିମାନ ଚଳାଚଳ କ୍ଷେତ୍ରରେ ଯାତ୍ରୀମାନଙ୍କ ମତାମତା ନେବାକୁ ଏହା ବିମାନ ସେବା ଯୋଗାଉଥିବା କମ୍ପାନିଗୁଡିକୁ ଉତ୍ସାହିତ କରିବ ବୋଲି କହିଛନ୍ତି।
ଭାରତର ସବୁଠୁ ବଡ ଏୟାର ଲାଇନ କମ୍ପାନି ଇଣ୍ଡିଗୋ ଏହି ମୁଲ୍ୟାଙ୍କନରେ ଖରାପ ପ୍ରଦର୍ଶନ କରିଛି। ସମଗ୍ର ବିଶ୍ୱରେ ଏହା 103 ତମ ସ୍ଥାନ ଗ୍ରହଣ କରିଛି। ଯାତ୍ରୀ ଅସନ୍ତୁଷ୍ଚି ଓ ଉଡାଣରେ ବିଳମ୍ବ କାରଣରୁ ଇଣ୍ଡିଗୋ କମ୍ପାନି ଖରାପ ପ୍ରଦର୍ଶନ କରିଛି। ଇଣ୍ଡିଗୋ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ କହିଛି ଯେ ସମୟାନୁବର୍ତ୍ତୀତା କ୍ଷେତ୍ରରେ ଆମ ଟିମ ଭଲ କାର୍ଯ୍ୟ କରୁଛି ଆମେ ଏହି ରିପୋର୍ଟକୁ ଗ୍ରହଣ କରିପାରିବୁ ନାହିଁ। ଏହି ସର୍ଭେରେ ପ୍ରକାଶିତ ତଥ୍ୟ ସମ୍ପୂର୍ଣ୍ଣ ଭାରତକୁ ବିଚାରକୁ ନିଆଯାଇ ନାହିଁ। ତା ସହ ବିମାନ ଶିଳ୍ପ ଦ୍ୱାରା ବ୍ୟବହୃତ ପଦ୍ଧତି କିମ୍ବା କ୍ଷତିପୂରଣ ନିର୍ଦ୍ଦେଶାବଳିକୁ ମଧ୍ୟ ବିଚାରକୁ ନିଆଯାଇ ନାହିଁ। ତେଣୁ ଏହାର ବିଶ୍ୱାସନୀୟତା ଉପରେ ସନ୍ଦେହ ଆସୁଛି ବୋଲି ଇଣ୍ଡିଗୋ କହିଛି।
ଦୁନିଆର ସବୁଠୁ ଖରାପ ଏୟାର ଲାଇନ୍ସର ମାନ୍ୟତା ପାଇଛି 109 ନମ୍ବରରେ ଆସୁଥିବା ଟ୍ୟୁନିସର ଏୟାଲାଇନ୍ସ। ଏହା ପଛକୁ ବଜ୍, ନୈଭେଲିଅର, ବୁଲଗେରିଆ ଏୟାର, ଇଆଇ ଇସ୍ରାଏଲ ଏୟାରଲାଇନ୍ସ ରହିଛି।
ଠିକ ସେହିଭଳି ଦୁନିଆର ସବୁଠୁ ଭଲ ଏୟାରଲାଇନ୍ସର ମୁକୁଟ ବ୍ରୁସେଲ୍ସ ଏୟାରଲାଇନ ନେଇଛି। ଏହା ପଛକୁ କତାର ଏୟାଲାଇନ, ୟୁନାଇଟେଡ ଏୟାରଲାଇନ, ଆମେରିକାନ ଏୟାର ଲାଇନ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ନେଇଛନ୍ତି।