ନୂଆଦିଲ୍ଲୀ,୨୬/୦୩: କାନାଡ଼ା, ମେକ୍ସିକୋ ଓ ଆମେରିକା ମିଳିତ ଭାବେ ଫିଫା ବିଶ୍ୱକପ୍ର ୨୦୨୬ ସଂସ୍କରଣ ଆୟୋଜନ କରିବେ । କିନ୍ତୁ ଆମେରିକାରେ ଯେଉଁ ପ୍ରଶଂସକମାନେ ମ୍ୟାଚ ଦେଖିବାର ଇଚ୍ଛା ରଖିଛନ୍ତି ତାହା ହୁଏତ ଏଥର ପୂରଣ ହୋଇ ନପାରେ । ଆମେରିକା ବିଭିନ୍ନ ଦେଶରୁ ଆସିବାକୁ ଥିବା ଫୁଟବଲ ପ୍ରଶଂସକଙ୍କ ପାଇଁ ଏକ କଟକଣା ଲଗାଇଛି। ଏଥିରୁ ଫୁଟବଲ ଖେଳାଳିମାନେ ମଧ୍ୟ ବାଦ ପଡ଼ି ନାହାନ୍ତି । ୧୫୦୦୦ ଡଲାରର ବଣ୍ଡ୍ ଦାଖଲ କଲେ ଯାଇ ଆମେରିକାର ଟୁରିଷ୍ଟ (ପର୍ଯ୍ୟଟକ) ଭିସା ମିଳିପାରିବ । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏ ନିୟମ ବିଭିନ୍ନ ଦଳର ଖେଳାଳିଙ୍କ ପାଇଁ ଲାଗୁ ନକରିବାକୁ ଫିଫା ପକ୍ଷରୁ ଅନୁରୋଧ କରାଯାଇଛି । ଆମେରିକାର ଏହି ଅଜବ ନିୟମ କେବଳ ପ୍ରଶଂସକ ନୁହଁନ୍ତି, ବିଶ୍ୱକପ୍ରେ ଅଂଶ ଗ୍ରହଣ କରୁଥିବା ବିଭିନ୍ନ ଦଳ ପାଇଁ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଅଧିକ ପଢ଼ନ୍ତୁ :- ଆଇପିଏଲ୍ ୨୦୨୬: ବୋଲରଙ୍କୁ ଧରାଶାୟୀ କରିବେ ଦୁର୍ଦ୍ଧର୍ଷ ବ୍ୟାଟର, ଏଥର ଟାଗେର୍ଟ ୩୦୦ ରନ୍