ଭୁବନେଶ୍ୱର,୦୬/୦୭: ବର୍ମିଂହାମରେ ଚାଲିଥିବା  ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ା-୨୦୨୫ରେ ଓଡ଼ିଶା ପୁଲିସର  କ୍ରୀଡ଼ାବିତମାନେ ଚମତ୍କାର ପ୍ରଦର୍ଶନ କରି  ଚତୁର୍ଥ ଦିବସ  ଶେଷ ସୁଦ୍ଧା ୯ଟି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ।  ଅଶୋକ ଦଣ୍ଡସେନା ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ³  ସବିତା ଟପ୍ପୋ ୧ ସ୍ୱର୍ଣ୍ଣ ଓ ୧ ବ୍ରୋଞ୍ଜଞ୍ଚ ଏବଂ ସୁସ୍ମିତା ଟିଗା  ଗୋଟିଏ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ୪ ଦିନରେ  ଓଡ଼ିଶା ପୁଲିସର କ୍ରୀଡ଼ାବିତ ୯ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି  ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।  




କନଷ୍ଟେବଳ ଅଶେ  ଦଣ୍ଡସେନା ପୁରୁଷ ୫୦୦୦ ମିଟର  ଓ ୧୦୦୦୦ ମିଟରରେ ୨ଟି ସ୍ୱର୍ଣ୍ଣ ଏବଂ ୪ ଗୁଣା ୪୦୦ ମିଟର  ରିଲେରେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ  ସେ ୮୦୦ ମିଟର ଓ ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ  ବିଜୟୀ ହୋଇଥିଲେ । 

କନଷ୍ଟେବଳ ସବିତା ମହିଳା ୧୦୦ ମିଟର ହର୍ଡଲ୍ସରେ  ସ୍ୱର୍ଣ୍ଣ ଓ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।  ସେହିପରି କନଷ୍ଟେବଳ ସୁସ୍ମିତା ମହିଳା ୪ ଗୁଣା ୪୦୦  ମିଟର ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ  ସେ ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଓ ୮୦୦ ମିଟରରେ  ରୌପ୍ୟ ଜିତିଥିଲେ । ଯୁବ କ୍ରୀଡ଼ାବିତ ମାନଙ୍କର ସଫଳତାରେ  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।