ଭୁବନେଶ୍ୱର,୦୬/୦୭: ବର୍ମିଂହାମରେ ଚାଲିଥିବା ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ା-୨୦୨୫ରେ ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ଦିବସ ଶେଷ ସୁଦ୍ଧା ୯ଟି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି । ଅଶୋକ ଦଣ୍ଡସେନା ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ³ ସବିତା ଟପ୍ପୋ ୧ ସ୍ୱର୍ଣ୍ଣ ଓ ୧ ବ୍ରୋଞ୍ଜଞ୍ଚ ଏବଂ ସୁସ୍ମିତା ଟିଗା ଗୋଟିଏ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ୪ ଦିନରେ ଓଡ଼ିଶା ପୁଲିସର କ୍ରୀଡ଼ାବିତ ୯ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।
🏆 ବିଶ୍ୱ କ୍ରୀଡା ମଞ୍ଚରେ ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ସଫଳତା ! 🇮🇳
— Odisha Police (@odisha_police) July 6, 2025
ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ପୁରୁଷ ବିଭାଗ ୩୦୦୦ ମିଟର ଷ୍ଟିପଲଚେଜରେ 🥇 ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ କନଷ୍ଟେବଳ ଅଶୋକ ଦଣ୍ଡସେନା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ସେ ପୂର୍ଵରୁ ୮୦୦ ମିଟର,… pic.twitter.com/lOcfX37xMe
କନଷ୍ଟେବଳ ଅଶେ ଦଣ୍ଡସେନା ପୁରୁଷ ୫୦୦୦ ମିଟର ଓ ୧୦୦୦୦ ମିଟରରେ ୨ଟି ସ୍ୱର୍ଣ୍ଣ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ସେ ୮୦୦ ମିଟର ଓ ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।
କନଷ୍ଟେବଳ ସବିତା ମହିଳା ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ଓ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି କନଷ୍ଟେବଳ ସୁସ୍ମିତା ମହିଳା ୪ ଗୁଣା ୪୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ସେ ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଓ ୮୦୦ ମିଟରରେ ରୌପ୍ୟ ଜିତିଥିଲେ । ଯୁବ କ୍ରୀଡ଼ାବିତ ମାନଙ୍କର ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।
🏆 ବିଶ୍ୱ କ୍ରୀଡା ମଞ୍ଚରେ ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ସଫଳତା ! 🇮🇳
— Odisha Police (@odisha_police) July 6, 2025
ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ମହିଳା ବିଭାଗ ୪*୧୦୦ ରିଲେରେ 🥉 ବ୍ରୋଞ୍ଜ ପଦକ ବିଜୟୀ ହୋଇ କନଷ୍ଟେବଳ ସବିତା ଟପ୍ପୋ ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ସେ ପୂର୍ଵରୁ ୧୦୦ ମିଟର ବାଧା… pic.twitter.com/8Mm06C7Hup