ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୨୦ ବର୍ଷ ପରେ ଦେଖାଗଲା ବିଲୁପ୍ତ ‘ଥ୍ରେଡ୍‌ସ୍ନେକ୍‌’; ଲମ୍ବା ୧୦ ସେମି, ସୂତାଭଳି ପତଳା

Published By : Prameya | July 27, 2025 11:17 AM

ନୂଆଦିଲ୍ଲୀ,୨୭/୦୭: ୨୦ ବର୍ଷ  ପରେ ସାମ୍ନାକୁ ଆସିଛି ବିଶ୍ୱର ସବୁଠୁ ଛୋଟ ଓ ବିଲୁପ୍ତ ସାପ । ବାରବାଡୋସରେ ଏହି ସାପ ଦେଖିବାକୁ ମିଳିଛି, ଯାହା ଏତେ ଛୋଟ ଯେ ତାକୁ ଏକ କୀଟ ବୋଲି ମଧ୍ୟ ମନେକରାଯାଏ । ବିଶ୍ୱର ଏହି ସବୁଠୁ ଛୋଟ ସାପର ନାଁ ବାରବାଡୋସ ଥ୍ରେଡ୍‌ସ୍ନେକ୍‌ । ୨୦ ବର୍ଷ ତଳେ ଶେଷ  ଥର ଏହାକୁ ଦେଖିବାକୁ ମିଳିଥିଲା ।  ତା’ପରେ ବୈଜ୍ଞାନିକମାନେ ଏହି ପ୍ରଜାତି  ବିଲୁପ୍ତ ହେବାର ଆଶଙ୍କା କରିଥିଲେ ।  ବାରବାଡୋସର ପରିବେଶ ମନ୍ତ୍ରାଳୟ  ଓ ସଂରକ୍ଷଣ ସଂଗଠନ ରିୱାଇଲ୍ଡ ଦ୍ୱାରା  ଗତ ମାର୍ଚ୍ଚରେ କରାଯାଇଥିବା ଏକ ଇକୋ  ସର୍ଭେରେ ଦ୍ୱୀପ ଭିତରେ ଏକ ଚଟାଣ ତଳେ  ପୁଣି ଥରେ ଏହି ସାପ ଆବିଷ୍କୃତ ହେଲା । ପୂର୍ଣ୍ଣ ବିକଶିତ ହେଲେ ମଧ୍ୟ ଏହା କେବଳ ୧୦ ସେମି ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ସୂତା  ଭଳି ଏହା ପତଳା । ବିଲୁପ୍ତ ୪,୮୦୦ ଉଦ୍ଭିଦ,  ଜନ୍ତୁ ଓ କବକ ପ୍ରଜାତିଙ୍କ ବୈଶ୍ୱିକ ସୂଚୀରେ ଏହାକୁ ସାମିଲ କରାଯାଇଥିଲା । 

ପରିବେଶ ମନ୍ତ୍ରାଳୟର ପ୍ରକଳ୍ପ  ଅଧିକାରୀ କନର୍‌ ବ୍ଲେଡ୍‌ସ କହିଛନ୍ତି,  ଥ୍ରେଡ୍‌ସ୍ନେକ୍‌ଙ୍କ ସଂଖ୍ୟା ବହୁତ ଅଧିକ ନୁହେଁ । ତେଣୁ ବିପଦରେ ଥିବା ଏହି ପ୍ରଜାତିର  ଅଧିକ ସାପଙ୍କୁ ଖୋଜିବା ଆବଶ୍ୟକ । ରିୱାଇଲ୍ଡର କାରିବିନ୍‌ କାର୍ଯ୍ୟକ୍ରମ ଅଧିକାରୀ  ଜଷ୍ଟିନ୍‌ ସ୍ପ୍ରିଙ୍ଗର୍‌ ଏକ ସଂରକ୍ଷଣ ପ୍ରକଳ୍ପରେ ଗତ ୧ ବର୍ଷରୁ ଅଧିକ ସମୟ ହେଲା  ଥ୍ରେଡ୍‌ସ୍ନେକ୍‌ ଓ ଅନେକ ଅନ୍ୟ ସ୍ଥାନୀୟ  ସରୀସୃପଙ୍କୁ ଖୋଜୁଥିଲେ । ଗତ ମାର୍ଚ୍ଚରେ  ସର୍ଭେ ସମୟରେ ସେ ମଜାରେ ବ୍ଲେଡ୍‌ସଙ୍କୁ  କହିଥିଲେ, ଥ୍ରେଡ୍‌ସ୍ନେକ୍‌ର ଗନ୍ଧ ମୁଁ  ବାରିପାରୁଛି । ସେତେବେଳେ ସେ ଏକ  ବୃକ୍ଷ ମୂଳରେ ଫସିଥିବା ପଥରକୁ ଓଲଟାଉଥିଲେ । ସେତିକିବେଳେ ଏକ  ଛୋଟ ଜୀବ ସେଠାରେ ମିଳିଲା । ତାକୁ  ଦେଖି ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା  ନାହିଁ । ବ୍ଲେଡ୍‌ସ ସାପକୁ ୱେଷ୍ଟ୍‌ ଇଣ୍ଡିଜ  ବିଶ୍ୱବିଦ୍ୟାଳୟକୁ ନେଲେ । ସେଠାରେ  ଯାଞ୍ଚ୍‌ ପରେ ଜଣାପଡ଼ିଲା ତାହା ଥ୍ରେଡ୍‌ସ୍ନେକ୍‌ । 

ବାରବାଡୋସ ଥ୍ରେଡ୍‌ସ୍ନେକ୍‌କୁ ପ୍ରଥମ  ଥର ୧୮୮୯ରେ ଦେଖାଯାଇଥିଲା । ତା’ପରେ  ଖୁବ୍‌ କମ୍‌ ଥର ଏହା ଚିହ୍ନଟ ହୋଇଛି । ମାଈ ଥ୍ରେଡ୍‌ସ୍ନେକ୍‌ ଥରକେ କେବଳ ଗୋଟିଏ ଅଣ୍ଡା  ଦିଏ । ୫୦୦ ବର୍ଷରୁ ଅଧିକ ବର୍ଷ ତଳେ  ଏହି ଦ୍ୱୀପରେ ଯେତେବେଳେ ଉପନିବେଶ  ସ୍ଥାପିତ ହେଲା, ସେବେଠୁ କୃଷି ପାଇଁ ୯୮  ପ୍ରତିଶତ ଜଙ୍ଗଲ ନଷ୍ଟ କରାଯାଇଛି । ଏହି  ସରୀସୃପର ବାସସ୍ଥଳୀ ନଷ୍ଟ ଓ ଆକ୍ରାମକ  ପ୍ରଜାତିଙ୍କ ପାଇଁ ବିଲୁପ୍ତ ହେବା ନେଇ ବନ  ସଂରକ୍ଷଣ ଅଧିକାରୀମାନେ ଚିନ୍ତିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.