ପୁରୀ,୨/୧୧ : ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ରବିବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍କୁ ଜୋର୍ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ ମହିଳା ଭକ୍ତ ତଳେ ପଡ଼ି ଯାଇଥିଲେ।
ବହୁ ସଂଖ୍ୟକ ଭକ୍ତ ଏକାସାଙ୍ଗରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଏହି ସ୍ଥିତି ଉପୁଜିଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୁରୁଖୁରୁରେ ଦର୍ଶନ ପାଇଁ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପୋଲିସ ଏବଂ ସୁରକ୍ଷା କର୍ମୀ ଉଦ୍ୟମ ଜାରି ରଖିଛନ୍ତି ।