ନୂଆଦିଲ୍ଲୀ,୦୮/୧୨: ଆସନ୍ତା ୧୫ ତାରିଖରେ  ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ପାଇଁ ଖେଳାଳି  ନିଲାମ କରାଯିବ । ବେଙ୍ଗାଲୁରୁ ସହରରେ ହେବ ନିଲାମ  କାର୍ଯ୍ୟକ୍ରମ । ମୋଟ୍‌ ୧୨୦ ଜଣ ଖେଳାଳି ନିଲାମ ଡାକରେ  ସାମିଲ ହେବେ । ଏଥିରେ ୯୧ଜଣ ଭାରତୀୟ ଓ ୨୯ଜଣ  ବିଦେଶୀ ଖେଳାଳି ରହିଛନ୍ତି । ଭାରତୀୟ ସମୟ ଅପରାହ୍ଣ  ୩ଟାରେ ନିଲାମ କାର୍ଯ୍ୟ ଆରମ୍ଭ ହେବ । ଟେଲିଭିଜନରେ  ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ।  

୫ଟି ଯାକ ଫ୍ରାଞ୍ଚାଇଜ ନିକଟରେ ୧୯ଟି ସ୍ଥାନ ଖାଲି  ପଡ଼ିଛି । ଏଥି ମଧ୍ୟରେ ବିଦେଶୀ ଖେଳାଳିଙ୍କ ପାଇଁ ୫ଟି  ସ୍ଥାନ ଖାଲି ରହିଛି । ୧୨୦ଜଣିଆ ଖେଳାଳି ତାଲିକାରେ  ୮୨ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନଥିବା ଭାରତୀୟ  ଓ ୮ଜଣ ବିଦେଶୀ ଖେଳାଳି ରହିଛନ୍ତି ।