ନୂଆଦିଲ୍ଲୀ ୨୨/୦୭: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍’ର ନୂଆ ଗୀତ ରିଲିଜ୍ ହୋଇଛି । ଟାଇଟଲ ‘ମଦହୋଶ୍’ । ଗୀତରେ ଫିଲ୍ମର ମୁଖ୍ୟ ନାୟକ ୟଶଙ୍କ ସହ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ୍ କେମିଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ତବାହି’ ରିଲିଜ୍ ହୋଇଥିଲା, ଯେଉଁଥିରେ ୟଶ ଓ କିଆରାଙ୍କୁ ଦେଖିବାକୁ ମିଳିଥିଲା । ଏହି ହଟ୍ ଯୋଡ଼ିକୁ ବି ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ‘ମଦହୋଶ୍’ର ୩.୧୪ ମିନିଟ୍‌ର ଭିଡିଓ ୟଶଙ୍କ ରାୟା ଓ ତାରାଙ୍କ ରେବେକା ଚରିତ୍ର ମଧ୍ୟରେ ସ୍ୱାଭାବିକ ସମ୍ପର୍କକୁ ଏହା ବେଶ ଭଲଭାବେ ପରଦାରେ ଉତାରିଛି । ରାୟା ଚରିତ୍ରର ହାଲ୍‌କା-ଫୁଲ୍‌କା ଓ ସ୍ନେହପୂର୍ଣ୍ଣ ଦିଗକୁ ଏହା ଦର୍ଶାଇଛି । ଗୀତ ଜରିଆରେ ସେ ଜଣେ ଶାନ୍ତ, ପ୍ରେମପୂର୍ଣ୍ଣ ଓ ଖୁସି ମିଜାଜ୍‌ର ବ୍ୟକ୍ତି ଭାବେ ପରଦାକୁ ଆସିଛନ୍ତି ।

ପୂର୍ବରୁ ଫିଲ୍ମର ପ୍ରମୋସନ୍ ଭିଡିଓରେ ରାୟା ଚରିତ୍ରକୁ ଜଣେ କଠୋର ଓ ଗ୍ୟାଙ୍ଗଷ୍ଟର ରୂପେ ଦେଖିବାକୁ ମିଳିଥିଲା । ଏହି ଗୀତ ‘ଟକ୍ସିକ୍’ର ଏକ ବିଶାଳ ଦୁନିଆର ଝଲକ୍ ସାମ୍ନାକୁ ଆଣିଛି । ଗୀତ ରିଲିଜ୍‌ର ପୂର୍ବ ଦିନ ନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ତାରା ନିଜ ଇନ୍‌ଷ୍ଟା ଷ୍ଟୋରୀରେ ନିଜର ଓ ୟଶଙ୍କର ଏକ ଅସ୍ପଷ୍ଟ ଚିତ୍ର ପୋଷ୍ଟ କରି ଅଗଷ୍ଟ ୨୬ରେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା ବୋଲି ଲେଖିଥିଲେ । ‘ମହହୋଶ୍’ର ସବୁ ସଂସ୍କରଣକୁ ସିଦ୍ଧାର୍ଥ ବସରୁର ଗାଇଛନ୍ତି । ଫିଲ୍ମରେ ୟଶଙ୍କ ସମେତ ନୟନତାରା, କିଆରା ଆଡ଼ଭାନି, ତାରା ସୁତାରିଆ, ରୁକ୍ମିଣୀ ବସନ୍ତ ଓ ହୁମା କୁରେଶୀ ଅଭିନୟ କରିଛନ୍ତି । ୟଶ ଓ ଗୀତୁ ମୋହନଦାସ କାହାଣୀ ଲେଖିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ଗୀତୁ ମୋହନଦାସ । କନ୍ନଡ଼ ଓ ଇଂରାଜୀରେ ଫିଲ୍ମ ସୁଟିଂ ହୋଇଛି । ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଓ ଅନ୍ୟ ଭାଷାରେ ଏହା ମୁକ୍ତିଲାଭ କରିବ ।

ଆହୁରି ପଢ଼ନ୍ତୁ...Japan Human Refrigerator: ଜାପାନରେ ଅସହ୍ୟ ହେଉଛି ଗ୍ରୀଷ୍ମ ତାତି, ମଣିଷକୁ ଥଣ୍ଡା କରିବା ଫ୍ରିଜ୍ ନିର୍ମାଣ କଲା କମ୍ପାନି