ନୂଆଦିଲ୍ଲୀ,୨୯/୧୨:୨୦୨୫ ବର୍ଷ କ୍ରିକେଟ ପାଇଁ ଏକ ବିଶେଷ ଏବଂ ସ୍ମରଣୀୟ ବର୍ଷ ଥିଲା, ଯେଉଁଥିରେ ଭାରତ ଚାମ୍ପିଅନ୍ସ ଟ୍ରଫି (ଦିନିକିଆ) ଏବଂ ଏସିଆ କପ୍ (ଟି୨୦) ଜିତିଥିଲା। ଅଭିଷେକ ଶର୍ମା ଭାରତ ପାଇଁ ସର୍ବାଧିକ ଟି୨୦ ଆନ୍ତର୍ଜାତୀୟ ଇନିଂସ ଖେଳିଥିବା ବ୍ୟାଟସର ଥିଲେ, କିନ୍ତୁ ଅଧିକାଂଶ ପ୍ରଶଂସକ ହୁଏତ ମହମ୍ମଦ ଇଶାନଙ୍କୁ ଜାଣିନଥିବେ, ଯିଏ ଏହି ତାଲିକାର ଶୀର୍ଷରେ ଅଛନ୍ତି। ମହମ୍ମଦ ଇଶାନ ସ୍ପେନ୍ ଦଳର ଜଣେ ଖେଳାଳି, ଯିଏକି ଡିସେମ୍ବର ୭ ତାରିଖରେ କ୍ରୋଏସିଆ ବିପକ୍ଷରେ ୬୩ ବଲ୍ ରେ ୧୬୦ ରନ୍ ର ଐତିହାସିକ ଇନିଂସ ଖେଳିଥିଲେ। ୨୫୩.୯୬ ଷ୍ଟ୍ରାଇକ୍ ରେଟ୍ ରେ ଖେଳି ଇଶାନ ଏହି ଇନିଂସରେ ୧୭ ଛକା ଏବଂ ୫ ଚୌକା ମାରିଥିଲେ। ଏହା ଉଲ୍ଲେଖନୀୟ ଯେ ଇତିହାସରେ କେବଳ ୫ ଜଣ ବ୍ୟାଟସମ୍ୟାନ୍ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ରେ ୧୫୦ ରନ୍ କରିଛନ୍ତି।

ଇତିହାସ ରଚିଥିଲେ ଅଭିଶେକ ଶର୍ମା:

ଅଭିଷେକ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ଫେବୃଆରୀ ୨ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏହି ଐତିହାସିକ ଇନିଂସ ଖେଳିଥିଲେ। ସେ ୫୪ ବଲ୍ରେ ୧୩୫ ରନ୍ କରିଥିଲେ, ଯେଉଁଥିରେ ୧୩ଟି ଛକା ଏବଂ ୭ଟି ଚୌକା ଥିଲା। ଏହି ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏହା କେବଳ ଏହି ବର୍ଷର ସର୍ବୋଚ୍ଚ ଇନିଂସ ନୁହେଁ ବରଂ ଟି୨୦ ଅନ୍ତର୍ଜାତୀୟ ଇତିହାସରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବୋଚ୍ଚ ଇନିଂସ ମଧ୍ୟ ହୋଇଥିଲା। ସେ ଶୁଭମନ ଗିଲ୍ (୧୨୬ରନ୍)ଙ୍କ ରେକର୍ଡ ଭାଙ୍ଗିଥିଲେ।

ଅଧିକ ପଢ଼ନ୍ତୁ: ୨୦୨୫ ମସିହାରେ ସର୍ବାଧିକ ଜିରୋରେ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନ କିଏ ? କରିଛନ୍ତି ଲଜ୍ଜାଜନକ ରେକର୍ଡ

୧. ମହମ୍ମଦ ଇଶାନ (୧୬୦ ରନ୍):

ସ୍ପେନ ବ୍ୟାଟର ମହମ୍ମଦ ଇଶାନ ଡିସେମ୍ବର ୭ ତାରିଖରେ କ୍ରୋଏସିଆ ବିପକ୍ଷରେ ୬୩ ବଲ୍ ରେ ୧୬୦ ରନ୍ କରିଥିଲେ। ଏହି ଇନିଂସରେ ସେ ୧୭ଟି ଛକା ଏବଂ ୫ଟି ଚୌକା ମାରିଥିଲେ।

୨. ଫିଲ୍ ସଲ୍ଟ (୧୪୧):

ଇଂଲଣ୍ଡ ବ୍ୟାଟର ଫିଲ୍ ସଲ୍ଟ ସେପ୍ଟେମ୍ବର ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୪୧ ରନ୍ କରିଥିଲେ। ଏହି ୬୦ ବଲ୍ ଇନିଂସରେ ସେ ଆଠଟି ଛକା ଏବଂ ୧୫ଟି ଚୌକା ମାରିଥିଲେ।

୩. ଅଭିଶେକ ଶର୍ମା (୧୩୫):

ଅଭିଷେକ ଶର୍ମା ଫେବୃଆରୀ ୨ ତାରିଖରେ ୱାଙ୍ଖଡେରେ ଇଂଲଣ୍ଡ ବିପକ୍ଷରେ ୫୪ ବଲ୍ରେ ୧୩୫ ରନ୍ କରିଥିଲେ, ଯେଉଁଥିରେ ସେ ୧୩ଟି ଛକା ଏବଂ ୭ଟି ଚୌକା ମାରିଥିଲେ।

୪. ଜନ୍ ଫ୍ରିଲିଙ୍କ (୧୩୪):

ନାମିବିୟାର ବ୍ୟାଟର ଜନ୍ ଫ୍ରିଲିଙ୍କ୍ ୨୮ ସେପ୍ଟେମ୍ବରରେ ନାଇଜେରିଆ ବିପକ୍ଷରେ ୬୫ ବଲ୍ରେ ୬ଟି ଛକା ଏବଂ ୧୫ଟି ଚୌକା ସହାୟତାରେ ୧୩୪ ରନ୍ କରିଥିଲେ।

୫. ଡେଓ୍ବଲ୍ଟ ବ୍ରେଭିସ (୧୨୫):

ଦକ୍ଷିଣ ଆଫ୍ରିକାର ବ୍ୟାଟର ଡେୱାଲ୍ଡ ବ୍ରେଭିସ୍ ଅଗଷ୍ଟ ୧୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୬ ବଲ୍ ରୁ ଅପରାଜିତ ୧୨୫ ରନ୍ କରିଥିଲେ। ଏହି ଇନିଂସରେ ସେ ଆଠଟି ଛକା ଏବଂ ୧୨ଟି ଚୌକା ମାରିଥିଲେ।

୬. ବ୍ରେଣ୍ଡନ ଟେଲର (୧୨୩):

ଜିମ୍ବାୱେର ବ୍ରେଣ୍ଡନ ଟେଲର ସେପ୍ଟେମ୍ବର ୨୮ ତାରିଖରେ ବୋତ୍ସୱାନା ବିପକ୍ଷରେ ୧୨୩ ରନ କରିଥିଲେ। ଏହି ଇନିଂସରେ ସେ ୫୪ ବଲରୁ ପାଞ୍ଚଟି ଛକା ଏବଂ ୧୬ ଚୌକା ମାରିଥିଲେ।

୭. ଆଣ୍ଡ୍ର୍ୟୁ ଡୋନଭନ(୧୨୨):

ତାଲିକାର ୭ମ ସ୍ଥାନରେ ଅଛନ୍ତି ଫିଲିପାଇନ୍ସ ବ୍ୟାଟର ଆଣ୍ଡ୍ରୁ ଡୋନୋଭାନ, ଯିଏକି ଜୁଲାଇ ୧୨ ତାରିଖରେ ଦକ୍ଷିଣ କୋରିଆ ବିପକ୍ଷରେ ଅପରାଜିତ ୧୨୨ ରନ କରିଥିଲେ। ସେ ୫୪ ବଲ ଖେଳି ସାତଟି ଛକା ଏବଂ ୧୧ଟି ଚୌକା ମାରିଥିଲେ।