ନୂଆଦିଲ୍ଲୀ : ସରିବାକୁ ବସିଲାଣି ୨୦୨୫ ମସିହା । ଆଉ ମାତ୍ର ଦିନ କେଇଟା ପରେ ଆସିବ ନୂଆବର୍ଷ। ଗତବର୍ଷ କଣ ଘଟିଥିଲା ଏସମ୍ପର୍କରେ ଜାଣିବା ପାଇଁ ପ୍ରାୟତଃ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ଅନେକ କ୍ରିକେଟରେ ରୁଚି ରଖୁଥିବା ବେଳେ ୨୦୨୫ ମସିହାରେ ସର୍ବାଧିକ ଜିରୋରେ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ ଆମର ଏହି ଲେଖା ମାଧ୍ୟମରେ ଜଣାଇବୁ। ଜାଣି ଖୁସି ହେବେ କି , ନମ୍ବର ଓ୍ବାନ ସ୍ଥାନରେ ରହିଛନ୍ତି ଭାରତର ପାରିବାରିକ ପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ପାକିସ୍ତାନର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ସାମ୍ ଆୟୁବ ।
ପାକିସ୍ତାନର ଜଣାଶୁଣା ବାମହାତୀ ବ୍ୟାଟ୍ସମ୍ୟାନ ସାମ୍ ଆୟୁବ୍ ସର୍ବାଧିକ ଥର ଜିରୋରେ ଆଉଟ୍ ହୋଇଛନ୍ତି। ତିନୋଟି ଯାକ ଫର୍ମାଟରେ ସେ ୮ଥର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ୨୦୨୫ରେ ୩୭ ପାଳିରୁ ୮ଥର ଜିରୋରେ ଆଉଟ୍ ହୋଇଛନ୍ତି । ବର୍ଷରେ ସେ ୮୧୭ ରନ କରିବାରେ ସକ୍ଷମ ହୋଇଛନ୍ତି । ଏବେ ଜାଣନ୍ତୁ କିଏ କେତେ ନମ୍ବର ସ୍ଥାନରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର ଅଲଣାଉଣ୍ଡର ରୋଷ୍ଟନ୍ ଚେଜ୍। ସେ ୪୪ ପାଳିରେ ୭ ଥର ଜିରୋରରେ ଆଉଟ୍ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ସାହିନ୍ ଆଫ୍ରିଦ୍ ।
ସେ ବର୍ଷରେ ତିନୋଟି ଯାକ ଫର୍ମାଟରେ ୨୩ ପାଳିରୁ ୬ ଥର ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଛନ୍ତି । ଚତୁର୍ଥ ସ୍ଥାନରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର ଜାଡେନ ଓିଲ୍ଡ । ସେ ୨୪ ଇନିଂସରେ ୬ ଥର ଜିରୋରରେ ଆଉଟ୍ ହୋଇଛନ୍ତି । ପଞ୍ଚମ ସ୍ଥାନରେ ମଧ୍ୟ ରହିଛନ୍ତି ଜଣେ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର ଶେଫରନ୍ ରଦରଫର୍ଡ । ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ରଦରଫର୍ଡ କିନ୍ତୁ ୨୫ ପାଳିରେ ୬ ଥର ଜିରୋରେ ଆଉଟ୍ ହୋଇଛନ୍ତି । ସେ ବର୍ଷରେ ମାତ୍ର ୪୦୬ ରନ କରିବାରେ ସକ୍ଷମ ହୋଇଛନ୍ତି ।