ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ମୁଁ ହିଁ ଏହି ଆକ୍ରମଣ କରିଛି ’ : ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତର ପ୍ରଥମ ବୟାନ

Published By : Prameya | January 19, 2025 10:34 PM

ମୁମ୍ୱାଇ – ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ପୁଲିସ ହାତରେ ଲାଗିଛି ନୂଆ ତଥ୍ୟ। ଗିରଫ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ସହଜାଦ ପୁଲିସ ସାମ୍‌ନାରେ ନିଜର ଅପରାଧ ସ୍ୱୀକାର କରିଛି। ଅଭିଯୁକ୍ତକୁ ଯେତେବେଳେ ହମଲା ବିଷୟରେ ପଚରାଗଲା ତ ସେ ବୟାନରେ କହିଛି କି ,ହଁ ମୁଁ ହିଁ ହମଲା କରିଛି। ଏହି ବୟାନ ପୁଲିସର ଯାଞ୍ଚ ପାଇଁ ପ୍ରମୁଖ ପ୍ରମାଣ ଭାବେ ଗ୍ରହଣ କରାଯାଇଛି। ହମଲା ୧୬ ଜାନୁଆରୀ ରାତିରେ ସୈଫଙ୍କ ବାନ୍ଦ୍ରା ସ୍ଥିତ ନିବାସରେ ହୋଇଛି। ସେଠାରେ ଅଭିଯୁକ୍ତ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା।

ପୁଲିସ କହିଛି କି ଅଭିଯୁକ୍ତ ବାଂଲାଦେର ନାଗରିକ , ଯିଏ ଗତ ୪-୫ ମାସ ପୂର୍ବେ ମୁମ୍ୱାଇ ଆସି ଥିଲା। ଥାନେ ସ୍ଥିତ ରିକି ବାରରେ ଅଭିଯୁକ୍ତ ଜଣଙ୍କ ହାଉସକିପିଂ ଷ୍ଟାଫ୍‌ ଭାବେ କାମ କଲା ଏବଂ ନିଜର ପ୍ରକୃତ ନାଁ ଲୁଚାଇ ନିଜକୁ ବିଜୟ ଦାସ ନାଁରେ ପରିଚୟ ଦେଲା। ଅଭିଯୁକ୍ତ ଏହା ମଧ୍ୟ କହିଛି କି ସେ ଅର୍ଥାଭାବରେ ଥିଲା। ୧୬ ଜାନୁଆରୀ ରାତିରେ , ସେ ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ହମଲା କରିଥିଲା , ଯେଉଁଥିରେ ତାଙ୍କର ବେକ ,କାନ୍ଧ ଓ ମେରୁଦଣ୍ଡ ହାଡ଼ରେ ଗୁରୁତର ଆଘାତ ଲାଗିଥିଲା। ସୈଫଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲକୁ ନିଆ ଯାଇ ସର୍ଜରୀ କରାଯାଇ ଥିଲା। ସର୍ଜରୀ ବେଳେ ତାଙ୍କ ମେରୁଦଣ୍ଡରୁ ୨.୫ ଇଞ୍ଚର ଲମ୍ୱ ବ୍ଲେଡ୍‌ର ଖଣ୍ଡ ବାହାର କରାଗଲା। 

ପୁଲିସ ଅଭିଯୁକ୍ତକୁ ଥାନେରୁ ଗିରଫ କରିଛି ଏବଂ ତାକୁ ୫ଦିନର ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି କୋର୍ଟ । ସେଠାରେ ପୁଲିସ ତାର ଯାଞ୍ଚ କରୁଛି। ପୁଲିସ ଅନୁସାରେ , ଅଭିଯୁକ୍ତ ଭାରତକୁ ଅବୈଧ ଉପାୟରେ ଆସିଥିଲା ଏବଂ ତାର ପୂର୍ବରୁ ହିଁ ଏକ ଅପରାଧିକ କନେକ୍ସନରେ ସଂପୃକ୍ତ ଥିଲା। 

ଅନ୍ୟପଟେ ଏହି ମାମଲା ବଲିଉଡ୍‌ ଓ ମୁମ୍ୱାଇବାସୀଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ। ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ ହୋଇଛି। ସୈଫଙ୍କ ପରିବାର ଓ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.