ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ନବରାତ୍ରିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା...

ନୂଆଦିଲ୍ଲୀ: ନବରାତ୍ରି ଏବଂ ଦୀପାବଳି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି। ସିଏମ ଯୋଗୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଦୁଇ କୋଟି ପରିବାର ଉପକୃତ ହେବେ ଏବଂ ଉତ୍ସବର ଆନନ୍ଦ ଦ୍ୱିଗୁଣିତ ହେବ । ଦୀପାବଳି ଅବସରରେ ମାଗଣା ଏଲପିଜି ସିଲିଣ୍ଡର ପାଇବା ମହିଳା ମାନଙ୍କ ପାଇଁ ଏକ ଉତ୍ତମ ଉପହାର । 

ସିଏମ୍ ଯୋଗୀ ଆଦିତ୍ୟନାଥ ଉତ୍ସବକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଏବଂ ଏହି ବୈଠକରେ ସେ ସମସ୍ତ ଅଧିକାରୀଙ୍କୁ ଦୀପାବଳି ସମୟରେ ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସଂପୃକ୍ତ ଅଧିକାରୀମାନେ ଏହି ନିଷ୍ପତ୍ତି ସହ ଜଡିତ ସମସ୍ତ ଔପଚାରିକତାକୁ ଠିକ୍ ସମୟରେ ପୂରଣ କରିବା ଉଚିତ୍ । ସିଏମ ଯୋଗୀ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି। ସମସ୍ତ ହିତାଧିକାରୀ ଦୀପାବଳି ପୂର୍ବରୁ ଗ୍ୟାସ ସିଲିଣ୍ଡର ପାଇବା ଉଚିତ୍ ବୋଲି ସେ କହିଛନ୍ତି । 

ସୂଚନାଥାଉକି, ଯେ ୟୁପିରେ ଉଜ୍ଜଳା ଯୋଜନାର ଦୁଇ କୋଟି ହିତାଧିକାରୀ ଅଛନ୍ତି ଏବଂ ସିଏମ ଯୋଗୀଙ୍କ ଏହି ନିଷ୍ପତ୍ତି ସେହି ଦୁଇ କୋଟି ଲୋକଙ୍କୁ ଉପକୃତ କରିବ । ତେବେ ଗ୍ୟାସ ସଂଯୋଗ ସହିତ ଆଧାର ସଂଯୁକ୍ତ ନଥିବା ହିତାଧିକାରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି ।  

ସୂଚନାଥାଉକି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ସିଏମ ଯୋଗୀ ଘୋଷଣା କରିଥିଲେ ଯେ ଯଦି ତାଙ୍କ ସରକାର କ୍ଷମତାକୁ ଆସନ୍ତି ତେବେ ବର୍ଷକୁ ଦୁଇଥର ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ । ରାଜ୍ୟରେ ପ୍ରଥମ ଥର ପାଇଁ ଦୀପାବଳୀରେ ଏବଂ ଦ୍ୱିତୀୟ ଥର ପାଇଁ ହୋଲିରେ ଦିଆଯିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.