ନୂଆଦିଲ୍ଲୀ,୦୩/୦୪; ଆପ୍ ବନାମ ରାଘବ ଚଢା । ପ୍ରଥମ ରାଘବଙ୍କୁ ରାଜ୍ୟସଭା ଉପନେତା ପଦକୁ ହଟାଇଲା ଆପ୍ । ଏହା ଆକ୍ସନ-ରିଆକ୍ସନ ଜାରି । ଆମ ଆଦମୀ ପାର୍ଟି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ପୁଣିଥରେ ସାମ୍ନାକୁ ଆସିଛି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ "ମୋତେ ଚୁପ୍ କରିଦିଆଯାଇଛି, କିନ୍ତୁ ମୁଁ ହାରିନାହିଁ" ବୟାନ ପରେ ଦଳର ଜାତୀୟ ମିଡିଆ ପ୍ରଭାରୀ ଅନୁରାଗ ଧଣ୍ଡା ଆକ୍ସନ ମୁଡରେ ଆସିଛନ୍ତି । ସୋସିଆଲ ମିଡିଆରେ ଚଢାଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଛନ୍ତି, "ତୁମେ ଭୟଭୀତ, ରାଘବ... ତୁମେ ମୋଦିଙ୍କ ବିରୋଧରେ କହିବାକୁ ଭୟ କରୁଛ । " ସେହିପରି ଆପର ସୌରଭ ଭରଦ୍ୱାଜ ରାଘବ ଚଢାଙ୍କୁ କହିଥିଲେ ଯେ, ଦଳୀୟ ନେତାମାନଙ୍କର କାର୍ଯ୍ୟ ହେଉଛି ଲୋକଙ୍କ ସମସ୍ୟା ଉଠାଇବା ପିଆର ହେବା। " ​​​​​​​

ଅନୁରାଗ ଧଣ୍ଡା ତାଙ୍କ ପୂର୍ବ ପୋଷ୍ଟରେ ରାଘବ ଚଢାଙ୍କ ନାମ ନ ନେଇ ସିଧାସଳଖ ତାଙ୍କୁ ଟାର୍ଗେଟ କରିଥିଲେ । ସେ ଲେଖିଛନ୍ତି, "ଆମେ କେଜରିୱାଲଙ୍କ ସୈନିକ; ନିର୍ଭୀକତା ଆମର ପରିଚୟ। ଯିଏ ମୋଦିଙ୍କୁ ଭୟ କରେ ସେ କିପରି ଦେଶ ପାଇଁ ଲଢ଼ିପାରିବ ?" ଧଣ୍ଡା ଅଭିଯୋଗ କରିଛନ୍ତି ଯେ ସଂସଦରେ ସୀମିତ ସମୟ ସତ୍ତ୍ୱେ, ରାଘବ ଚଢା ଗମ୍ଭୀର ଜାତୀୟ ପ୍ରସଙ୍ଗ ବଦଳରେ ଛୋଟ ଛୋଟ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛନ୍ତି । ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, "ଦଳଗୁଡ଼ିକୁ ସଂସଦରେ ଟିକିଏ କହିବାର ସମୟ ମିଳିଥାଏ, ଏବଂ ସେହି ସମୟରେ ସେମାନେ ଦେଶକୁ ବଞ୍ଚାଇବା ପାଇଁ ଲଢ଼ିପାରିବେ କିମ୍ବା ବିମାନବନ୍ଦର କ୍ୟାଣ୍ଟିନରେ ସିଙ୍ଘଡା ଶସ୍ତା କରିପାରିବେ। "

ଅନୁରାଗ ଧଣ୍ଡା ତାଙ୍କ ପୋଷ୍ଟରେ ଅନେକ ପ୍ରସଙ୍ଗ ଉଠାଇ ରାଘବ ଚଢାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଛନ୍ତି ଯେ,  ଗୁଜରାଟରେ ଶହ ଶହ ଦଳୀୟ କର୍ମୀଙ୍କୁ ଗିରଫ କରାଯିବା ସତ୍ତ୍ୱେ, ଚଢା ସଂସଦରେ କିଛି କହି ନଥିଲେ। ସେ ପଶ୍ଚିମବଙ୍ଗରେ ମତଦାନ ଅଧିକାର ପ୍ରସଙ୍ଗରେ ମଧ୍ୟ ଚଢାଙ୍କୁ ପ୍ରଶ୍ନ କରିଥିଲେ । ଗତ କିଛି ବର୍ଷ ଧରି, ତୁମେ ଭୟଭୀତ ହେଉଛ, ରାଘବ । ତୁମେ ମୋଦିଙ୍କ ବିରୁଦ୍ଧରେ କହିବାକୁ ଭୟ କରୁଛ । ତୁମେ ଦେଶର ପ୍ରକୃତ ପ୍ରସଙ୍ଗ ଉପରେ କହିବାକୁ ଭୟ କରୁଛ । ଯିଏ ଭୟଭୀତ ହୁଏ...।''

ଏହା ବି ପଢନ୍ତୁ...'ମୋତେ ଚୁପ୍‌ କରାଯାଇଛି, ମୁଁ କିଛି ଭୁଲ କରିଛି କି' ? ରାଜ୍ୟସଭା ଉପନେତା ପଦରୁ ହଟିବା ପରେ 'ଆମ୍‌ ଆଦମୀ'କୁ ରାଘବଙ୍କ ମେସେଜ୍‌    

ରାଘବ ଚଢ୍ଡାଙ୍କ ଅଭିଯୋଗ କ’ଣ ? ଏହା ପୂର୍ବରୁ ରାଘବ ସୋସିଆଲ ମିଡିଆରେ ୨ ମିନିଟ୍ ୧୮ ସେକେଣ୍ଡର ଭିଡିଓଟି ସେୟାର କରିଥିଲେ । ସେ ତାଙ୍କ ନିଜ ଦଳ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି ଏକ ଚିଠି ଜାରି କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ସଂସଦରେ ସାଧାରଣ ପ୍ରସଙ୍ଗ ଉଠାଇବାରୁ ବାରଣ କରାଯାଉଛି ଏବଂ ତାଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି । ରାଘବ ମହଙ୍ଗା ବିମାନବନ୍ଦର ଖାଦ୍ୟ, ଡେଲିଭରି କର୍ମଚାରୀଙ୍କ ସମସ୍ୟା, ବ୍ୟାଙ୍କ ଚାର୍ଜ, ଟୋଲ୍ ପ୍ଲାଜା ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଟିକସ ବୋଝ ଭଳି ତାଙ୍କ ଉଠାଣ ପ୍ରସଙ୍ଗକୁ ଉଲ୍ଲେଖ କରି ପ୍ରଶ୍ନ କରିଥିଲେ ଯେ ଏହା ଦଳକୁ କ'ଣ କ୍ଷତି କରିଛି କି ? ସେ ଏହା ମଧ୍ୟ ଦାବି କରିଥିଲେ ଯେ, ଦଳ ତାଙ୍କୁ କହିବାର ସୁଯୋଗ ଦେବାରୁ ବାରଣ କରିଛି ।
​​​​​​​  

​​​​