ଗଞ୍ଜାମ୧୭/୧୦(ଆପ୍ର) ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଇଓଡ଼ିଏସ ପୁର ପଂଚାୟତ ରାମ ବାଲ୍ମୀକି ଶରଣ ପୁର ଗ୍ରାମର ଜଣେ ଯୁବକ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ରାମ ବାଲ୍ମୀକି ସାହିର ଦେବଦତ ଶତପଥୀ।
ରାମ ବାଲ୍ମୀକି ସାହି ବାସିନ୍ଦା ତାରିଣୀ ଚାରଣ ଶତପଥିଙ୍କ ପୁତ୍ର ଦେବଦତ ଶତପତି ନନ୍ଦନା ପଲି ଗ୍ରାମରେ ଥିବା ବଳିବନ୍ଧକୁ ଗାଧୋଇବାକୁ ଯାଇଥିଲେ l ଏହି ସମୟରେ ତାଙ୍କ ଗୋଡ଼ଖସି ଯିବାରୁ ସେ ପାଣିରେ ବୁଡ଼ିଯାଇଥିଲେ l ନନ୍ଦନା ପଲି ଗ୍ରାମର ନବୀନ ଏହି ପୋଖରୀ ରାସ୍ତାଦେଇ ଯାଉଥିବା ସମୟରେ ହୁଡା ଉପରେ ଚପଲ ଓ ଢାଳ ଥିବା ଦେଖି ସନ୍ଦେହରେ ଗ୍ରାମବାସୀଙ୍କୁ ଡାକିଥିଲେ l ଗ୍ରାମବାସୀ ପାଣିଭିତରୁ ଖୋଜାଖୋଜି କରି ଦେବଦତ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଖଣ୍ଡଦେଉଳି ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l