ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | April 5, 2025 10:01 AM

ଭୁବନେଶ୍ୱର, ୦୫/୦୪: କଳସ ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ଅଘଟଣ । ବାସୁଦେବପୁରରେ ରାମନବମୀ ପାଇଁ ଅନୁଷ୍ଠିତ କଳସ ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବରଣ୍ଡୁଆ ନାରଣପୁର ଗ୍ରାମର ମୀନକେତନ ଦଳେଇଙ୍କ ପୁଅ ପଦ୍ମଲୋଚନ ଓ ଗୁରୁତର ଯୁବକ ହେଲେ ସେହି ଗ୍ରାମର ଶ୍ରୀକାନ୍ତ ମହାନ୍ତିଙ୍କ ପୁଅ ସତ୍ୟଜିତ । ଭଦ୍ରକ ଜିଲ୍ଲା ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୁଇ ଜଣ ଯୁବକ କଳସ ଶୋଭାଯାତ୍ରା ଦେଖି ବାଇକ୍‌ରେ ଆସୁଥିଲେ । ଏହି ସମୟରେ ଗୁଆଗାଁ ଛକର ଅଳ୍ପ ଦୂରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ପିଟି ହୋଇତିଲା ବାଇକ୍ । ଯାହାଫଳରେ ଗାଡ଼ିରୁ ଦୁଇ ଜଣ ଛିଟ୍‌କି ତଳେ ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପଦ୍ମଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ବାସୁଦେବପୁରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି । ଏହାସହ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.