କଣ୍ଟାବଣିଆ,୨/୬: ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମର ରାହୁଲ ବେହେରା। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରାହୁଲ ରବିବାର ରାତିରେ ଘରୁ ଆସିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ସୋମବାର ସକାଳ ସମୟରେ ରେଳଧାରଣାରେ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରେଲ୍ୱେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ତେବେ ରାତିରେ ଧନବାଦ ଏକ୍ସପ୍ରେସ ଟ୍ରେନ୍ ଆସୁଥିବା ସମୟରେ ବାଡେଇ ହୋଇ ରାହୁଲଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।