ବୁର୍ଲା,୦୪/୦୬: ମଙ୍ଗଳବାର ଆଇପିଏଲ ଫାଇନାଲ ମ୍ୟାଚ୍‌ରେ My 11 ଆପ୍‌ରେ ଟଙ୍କା ଲଗାଇ କୋଟିପତି ହୋଇଛନ୍ତି ସମ୍ବଲପୁର ଜିଲ୍ଲା ହୀରାକୁଦ ସହରର ଜଣେ ଯୁବକ । ଯୁବକ ଜଣକ ହୀରାକୁଦ କାଲୁପଡ଼ାର ୨୮ ବର୍ଷୀୟ ଶିବସୁନ୍ଦର ପସାୟତ ବୋଲି ସୂଚନା ମିଳିଛି । 

ସୂଚନା ମୁତାବକ, ଶିବସୁନ୍ଦର ହୀରାକୁଦ ହିଣ୍ଡାଲକୋରେ ଏକ ଠିକା ସଂସ୍ଥା ଅଧିନରେ ଶ୍ରମିକ ଭାବେ କାମ କରନ୍ତି । ସେ ମଙ୍ଗଳବାର ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ମାଇ ଇଲେଭେନ ଆପ୍‌ରେ ଟଙ୍କା ଲଗାଇଥିଲେ । ୧୪ଟି ଟିମ୍ କରି ୪୯ଟଙ୍କା ଲେଖାଏଁ ଲଗାଇଥିଲେ । ତେବେ ସେ ଗଠନ କରିଥିବା ଟିମ୍‌ ମଧ୍ୟରୁ ୧୧ନମ୍ବର ଟିମ୍‌ ବିଜୟୀ ହୋଇଥିଲା ।  ଆଉ ପ୍ରଥମ ଥର ପୁରସ୍କାର ଭାବେ ୩କୋଟି ୧୮୦ଟଙ୍କା ୪୫ ପଇସା ସହିତ ଏକ ମହିନ୍ଦ୍ରା ଥର୍ ଗାଡ଼ି ଜିତିଥିବା ନେଇ ତାଙ୍କ ପାଖକୁ ମେସେଜ ଆସିଥିଲା । ସେ ଏହା ଦେଖି ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହି ଟଙ୍କାରେ ପରିବାରର ସମସ୍ତଙ୍କ ଆବଶ୍ୟକତା ପୂରଣ କରିବେ ବୋଲି ଶିବସୁନ୍ଦର କହିଛନ୍ତି ।