ପ୍ରମୂଖ ଖବର
  • ବଢିଲା ଟ୍ରମ୍ପ-ମସ୍କ ଫାଟ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବସୁନ୍ଦର

Published By : Harapriya Sethi | June 4, 2025 3:06 PM

ବୁର୍ଲା,୦୪/୦୬: ମଙ୍ଗଳବାର ଆଇପିଏଲ ଫାଇନାଲ ମ୍ୟାଚ୍‌ରେ My 11 ଆପ୍‌ରେ ଟଙ୍କା ଲଗାଇ କୋଟିପତି ହୋଇଛନ୍ତି ସମ୍ବଲପୁର ଜିଲ୍ଲା ହୀରାକୁଦ ସହରର ଜଣେ ଯୁବକ । ଯୁବକ ଜଣକ ହୀରାକୁଦ କାଲୁପଡ଼ାର ୨୮ ବର୍ଷୀୟ ଶିବସୁନ୍ଦର ପସାୟତ ବୋଲି ସୂଚନା ମିଳିଛି । 

ସୂଚନା ମୁତାବକ, ଶିବସୁନ୍ଦର ହୀରାକୁଦ ହିଣ୍ଡାଲକୋରେ ଏକ ଠିକା ସଂସ୍ଥା ଅଧିନରେ ଶ୍ରମିକ ଭାବେ କାମ କରନ୍ତି । ସେ ମଙ୍ଗଳବାର ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ମାଇ ଇଲେଭେନ ଆପ୍‌ରେ ଟଙ୍କା ଲଗାଇଥିଲେ । ୧୪ଟି ଟିମ୍ କରି ୪୯ଟଙ୍କା ଲେଖାଏଁ ଲଗାଇଥିଲେ । ତେବେ ସେ ଗଠନ କରିଥିବା ଟିମ୍‌ ମଧ୍ୟରୁ ୧୧ନମ୍ବର ଟିମ୍‌ ବିଜୟୀ ହୋଇଥିଲା ।  ଆଉ ପ୍ରଥମ ଥର ପୁରସ୍କାର ଭାବେ ୩କୋଟି ୧୮୦ଟଙ୍କା ୪୫ ପଇସା ସହିତ ଏକ ମହିନ୍ଦ୍ରା ଥର୍ ଗାଡ଼ି ଜିତିଥିବା ନେଇ ତାଙ୍କ ପାଖକୁ ମେସେଜ ଆସିଥିଲା । ସେ ଏହା ଦେଖି ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହି ଟଙ୍କାରେ ପରିବାରର ସମସ୍ତଙ୍କ ଆବଶ୍ୟକତା ପୂରଣ କରିବେ ବୋଲି ଶିବସୁନ୍ଦର କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.