ଛତ୍ରପୁର,୧୪/୦୯: ଅସାବଧାନତା ଯୋଗୁ ଦୁର୍ଘଟଣା ।​​​​​​​ ​​​​​​ଛତ୍ରପୁର ଷ୍ଟେସନ ଠାରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ଟି ଗୋଡ଼ କଟିଯାଇଛି l ଯୁବକ ଜଣକ ଯାଜପୁର ରୋଡ୍ ବିରମଣୀପୁରର ଗାଁର ଶ୍ରୀନିବାସ ଖାଡ଼ଙ୍ଗା (୪୭ ବର୍ଷ) ।

ସୂଚନା ମୁତାବକ, ଛତ୍ରପୁର ଷ୍ଟେସନ ଠାରେ ୧୦୮୪୭ ଭାସ୍କଡାଗାମ୍ମା ଏକ୍ସପ୍ରେସ ଟ୍ରେନରେ ଚଢିବା ବେଳେ ଏହି ଦୁର୍ଘଟଣା ଘଟିଛି ।  ପ୍ଲାଟଫର୍ମରୁ ଖସି ଟ୍ରେନ୍ ଲାଇନରେ ପଡ଼ି ଯାଇଥିଲେ l ଫଳରେ ତାଙ୍କର ଟି ଗୋଡ଼ କଟି ଯାଇଛି । ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଛତ୍ରପୁର ମେଡିକାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରିସ୍ଥିତି  ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l ​​​​​​​