ପ୍ରମୂଖ ଖବର
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଲାଓସରେ ଦାଦନ ଖଟିବାକୁ ଯାଇ ଯୁବକ ନିର୍ଯାତିତ ; ଉଦ୍ଧାର ପାଇଁ ଜାରି କଲେ ଭିଡ଼ିଓ

Published By : Gurupada Nath | July 29, 2025 7:57 PM

ରାଜକନିକା/ନମୌଜା,୨୯/୭ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ଥାନା ଅନ୍ତର୍ଗତ ବଡ଼ ଆଙ୍କୋ ଓ ଜୟନଗର ଅଞ୍ଚଳର ୪ ଯୁବକ ସୁଦୂର ଲାଓସକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି l ଏ ନେଇ ଏକ ଭିଡିଓ ମାଧ୍ୟମରେ ସେମାନେ ଘରକୁ ବାର୍ତ୍ତା ପଠାଇବା ପରେ ପରିବାର ଲୋକେ ଆତଙ୍କିତ ହୋଇ ସେମାନଙ୍କ ମୁକ୍ତି ଲାଗି ସରକାରଙ୍କ ନିକଟରେ ନିବେଦନ କରିଛନ୍ତି l 

ପ୍ରକାଶ ଯେ, ଆଳି ଥାନା ବାଳକାଟୀ ପଞ୍ଚାୟତ ବଡ଼ଆଙ୍କୋ ଗ୍ରାମର ମେଘୁ ପ୍ରଧାନଙ୍କ ପୁଅ ଗଦାଧର, ସନାତନ ବାରିକଙ୍କ ପୁଅ ରଞ୍ଜନ ଓ ଗୋବର୍ଦ୍ଧନ ସାମଲଙ୍କ ପୁଅ ସୁମନ, ସେହିପରି ରାଜକନିକା ଥାନା ଜୟନଗର ଗ୍ରାମର ଅନନ୍ତ ଚରଣ ନାୟକଙ୍କ ପୁଅ ଲକ୍ଷ୍ମୀଧର ମୋଟ ୪ ଜଣ ଜଣେ ଠିକାଦାରର ପ୍ରଲୋଭନରେ ପଡ଼ି ସୁଦୂର ଲାଉସ ହଙ୍କ ପ୍ଲାୟା ସ୍ଥାନରେ କାର୍ଯ୍ୟ କରି ଆସୁଥିଲେ l ସେମାନେ ଆଜକୁ ପ୍ରାୟ ୪ମାସ ହେବ ଉକ୍ତ ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ l ହେଲେ ବିଗତ ୩ମାସରୁ ଊର୍ଦ୍ଧ୍ବ ହେବ ଠିକାଦାର ତାଙ୍କୁ ପାରିଶ୍ରମିକ ଦେଉ ନ ଥିବା ସେମାନେ ଗତକାଲି ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି l ତତ ସହିତ ସେମାନଙ୍କ ପାସପୋର୍ଟକୁ ଫେରାଉ ନ ଥିବା ମଧ୍ୟ ସେ ଏହି ଭିଡିଓରେ ପ୍ରକାଶ କରିଛନ୍ତି l ଘରର ଆର୍ଥିକ ପରିସ୍ଥିତି ସମସ୍ତଙ୍କୁ ବିଦେଶ ଯିବାକୁ ବାଧ୍ୟ କରିଥିଲା l କିନ୍ତୁ ଦୀର୍ଘ ୩ମାସ ହେବ କାମ କରିବା ପରେ ମଧ୍ୟ ପାରିଶ୍ରମିକ ଦିଆ ନ ଯାଇ ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ସେ ନିଜ ଘର ପରିବାର ଲୋକଙ୍କୁ କାନ୍ଦି କହିବା ସହିତ ଏକ ଭିଡ଼ିଓ ସରକାରଙ୍କ ପାଖକୁ ପଠାଇଛନ୍ତି l ଏହି କଥା ଜାଣିବା ପରେ ଯୁବକମାନଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି l ସରକାର ଯୁବକମାନଙ୍କୁ ଲାଉସରୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ହାତ ଯୋଡ଼ି ନିବେଦନ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.