ପ୍ରମୂଖ ଖବର
  • ନନ୍ଦନକାନନରେ ସିଂହ ଆକାଶର ମୃତ୍ୟୁ
  • ||
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ବେଆଇନ ମାଟି ଉଠାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ

Published By : Prameya | May 1, 2025 5:16 PM

ମାର୍ଶାଘାଇ ,୧।୫ ; ବେଆଇନ ମାଟି ଉଠାଇବାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡ଼କୂଳ ଗାଁରେ ଜଣେ ଯୁବକକୁ  ମରଣାନ୍ତକ ଆକ୍ରମଣ।  ଆହତ ଯୁଵକ ବଡ଼କୂଳ ଗାଁର ରାଜା ଲେଙ୍କା । ସ୍ଥାନୀୟ ଗାଁର ଆଉ ଜଣେ ଯୁବକ ଛୁରୀରେ ଆକ୍ରମଣ କରି ଫେରାର୍ ହୋଇଯାଇଛି ।

ଘଟଣା ଅନୁଯାୟୀ ଲୁଣା ନଦୀ ବନ୍ଧ କାମ ଚାଲୁଥିବା ବେଳେ ଆକ୍ରମଣକାରୀ ଯୁବକକୁ ବିରୋଧ କରି ରାଜା ସେହି କାମ ପାଇଁ ମାଟି ଯୋଗାଉଥିଲା । ଏନେଇ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ଥିଲା । ରାଜା ବଡ଼କୂଳ ଗାଁର ମାଉଣ୍ଟ ନିକଟରେ ନିଜ ସ୍କୁଟି ଉପରେ ବସି ଗୁରୁବାର ମୋବାଇଲ ଦେଖୁଥିଲା।  ଏହି ସମୟରେ  ନିକଟସ୍ଥ ଗାଁର ଆଉ ଦୁଇ ଜଣ ଯୁବକ ବାଇକ୍ ରେ ଆସି ତାଙ୍କ ପାଖରେ ପହଞ୍ଚିଥିଲା।   ଜଣେ ଯୁବକ ହଠାତ ଏକ ଧାରୁଆ ଛୁରୀରେ  ରାଜାକୁ ଆକ୍ରମଣ କରିଥିଲା । ରାଜା ଖସି ପଳେଇବା ପାଇଁ ଚେଷ୍ଟା କରିଥିଲା।  ସେହି ଯୁବକ ତାଙ୍କୁ ଗୋଡାଇ ଗୋଡାଇ  ଏକ ପାଚେରୀ ନିକଟରେ ତାଙ୍କ ବେକକୁ କାଟି ମାରିଦେବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକମାନେ   ଦୌଡି ଆସିବାରୁ ସଂପୃକ୍ତ ଯୁବକ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ଯୁବକ ସହିତ ଏକ ପଲସର ଗାଡିରେ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ରାଜାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେଁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.