ଭୁବନେଶ୍ୱର,୨୧/୦୫: ଜେଲ୍ ଭିତରେ ହୋଇଥିଲା ପ୍ରେମ । ଉଭୟ ଜାମିନ ପାଇଲେ । ସୋସିଆଲ ମିଡ଼ିଆରେ ପୁଣି ଦେଖା ହେଲା । ପ୍ରେମ ସର୍ମ୍ପକ ଆଗକୁ ବଢ଼ିଲା । ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା । ପରେ ବନ୍ଧୁକ ଦେଖାଇ ନିଜ ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା । ଯୁବତୀ ଜଣଙ୍କ ରାଜି ନ ହେବାରୁ ମାଡ଼ ମାରିବା ସହ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଦେଲା । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ମହିଳା ଥାନାକୁ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପଟିଆ ଅଞ୍ଚଳର ସାନୁ ରାଉତ ଅପରାଧିକ ମାମଲାରେ ଗତ ବର୍ଷ ଜେଲ୍ ଯାଇଥିଲା । ପାରିବାରିକ କହଳ ପାଇଁ ଆଉ ଜଣେ ଯୁବତୀ ମଧ୍ୟ ଜେଲ୍ ଯାଇଥିଲେ । ଜେଲ୍ରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଜେଲ୍ କଟକଣା ଭିତରେ ଏମାନଙ୍କ ପ୍ରେମ କିନ୍ତୁ ଆଗକୁ ବଢ଼ିଥିଲା । ପ୍ରଥମେ ଯୁବତୀ ଜଣଙ୍କ ଜାମିନ ପାଇଥିଲେ । ଏହାର କିଛି ଦିନ ପରେ ସାନୁ ଜେଲ୍ରୁ ବହାରିଥିଲା । ପରେ ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେଭେଟ ପରେ ଫୋନ୍ ନମ୍ବର ଦିଆନିଆ ହୋଇଥିଲା । ସାନୁଙ୍କ ସହ ଯୁବତୀଙ୍କ ପ୍ରେମ ଆହୁରି ନିବିଡ଼ ହୋଇଥିଲା । ଏମାନଙ୍କ ପ୍ରେମ କାହାଣୀ ଯୁବତୀଙ୍କ ଘର ଲୋକ ଜାଣିଥିଲେ । ସାନୁ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାରି ଭିତରେ ୭ ମାସ ବିତି ଗଲା । କିଛି ଦିନ ତଳେ ଯୁବତୀ ଜଣଙ୍କ ବାହା ହେବା କଥା କହିଥିଲେ ।
ଅଧିକ ପଢ଼ନ୍ତୁ:- Child Thief : ବରା ଖୁଆଇ ଭିଡ଼ି ନେଉଥିଲା...ପିଲା ଚୋରକୁ ମାଡ଼ି ବସିଲେ ସ୍ଥାନୀୟଲୋକେ, ଉତ୍ତମମଧ୍ୟମ ଦେଇ ପୁଲିସକୁ ଜିମା ଦେଲେ
ତେବେ ବାହାଘର କଥା ଆଲୋଚନା କରିବାର ଲୋଭ ଦେଖାଇ ସାନୁ ଉକ୍ତ ଯୁବତୀଙ୍କୁ ଏକ ହୋଟେଲ୍କୁ ଡାକିଥିଲେ । ଯୁବତୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ସାନୁ ବନ୍ଧୁକ ଦେଖାଇ ମିଲିଙ୍କୁ ତା ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନ ହେଲେ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲା । ଏହା ପରେ ସାନୁ ଫୋନ୍ କରି ତା’ ସାଙ୍ଗକୁ ଉକ୍ତ ହୋଟେଲ୍କୁ ଡାକିଥିଲା । ତେବେ ଏହାରି ଭିତରେ ମଉକା ଦେଖି ଯୁବତୀ ଜଣଙ୍କ ହୋଟେଲରୁ ଚମ୍ପଟ ମାରିଥିଲେ । ଯୁବତୀ ଜଣଙ୍କ ଖସିଯିବାର କିଛି ସମୟ ମଧ୍ୟରେ ତାଙ୍କର କିଛି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ପୀଡ଼ିତା ଥାନାରେ ଏତଲା ଦେଇଥିଲେ । ମହିଳା ଥାନା ପୁଲିସ୍ ମାମଲା (୧୮୫/୨୬)ରେ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ହେଲେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍ର ଦମ୍ ପାଉନି ବୋଲି ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Sex Racket Busted: ଭଡ଼ା ଘରେ ଚାଲିଥିଲା ସେକ୍ସ ର୍ୟାକେଟ, ପୁଲିସର ରେଡ୍ ବେଳେ ୫ ଦେହଜୀବୀ ଉଦ୍ଧାର, କିଙ୍ଗପିନ୍ ସହ ୪ ଗ୍ରାହକ ଗିରଫ