କଣାସ ୧୨/୦୫: କଣାସରେ ପନିକିରେ ହାଣି ବୁଲେଟ ଚଢ଼ାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ରକୁ ୨ ଦିନିଆ ରିମାଣ୍ଡରେ ଅଣାଯିବ । ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୁଲିସ। ୨ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ହାପିର ପରିବାର ଲୋକେ ମଧ୍ୟ ସ୍କାନରରେ ଅଛନ୍ତି। ମୁଖ୍ୟଅଭିଯୁକ୍ତ ରିମାଣ୍ଡରେ ଆଣିବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ । ହାପିକୁ ଜେରା ପରେ ଘଟଣାର ପର୍ଦ୍ଦାଫାସ ହେବ ।
ସୂଚନାଯୋଗ୍ୟ, ଗତ ୨ ତାରିଖ ସକାଳେ ମୃତ୍ୟୁଞ୍ଜୟ ଗୋଲାବଜାରକୁ ମାଛ ଆଣିବା ଲାଗି ଆସିଥିଲେ । ତାଙ୍କୁ ହାପି ସମେତ ୭ ଜଣ ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇ ଦେଇଥିଲେ । ଏନେଇ ମୃତ୍ୟୁଞ୍ଜୟଙ୍କ ଭାଇ ସୌମ୍ୟରଞ୍ଜନ ମହାଳିକ କଣାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୪ ତାରିଖରେ ୪ ଜଣଙ୍କୁ ଗିରଫ କରିଥିଲା । ଗତ ୯ ତାରିଖରେ ମୁଖ୍ୟ ଅଭିଯୁକ୍ତକୁ ରାୟପୁରର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ବାନ୍ଧିଥିଲ। ସୋମବାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର କୋର୍ଟରେ ଆତ୍ମସର୍ମପଣ କରିଥିଲେ। ଘଟଣାରେ ମୋଟ୍ ୬ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ଘଟଣାର ଖୁଲାସା ପାଇଁ ୭ ଦିନର ରାମାଣ୍ଡ ପାଇଁ ପୁଲିସ କୋର୍ଟରେ ଅବେଦନ କରିଥିଲା। କୋର୍ଟ ୨ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିବା ସାମ୍ବାଦିକ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ :- Odisha High Court : ହାଇକୋର୍ଟ ଜାରି କଲେ ବିସ୍ତୃତ ନିର୍ଦ୍ଦେଶାବଳୀ, ଗିରଫର ୨୪ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର ବାଧ୍ୟତାମୂଳକ