ନୂଆଦିଲ୍ଲୀ,୨୪/୦୨; ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ଏଆଇ ସିମିଟରେ ସାର୍ଟ ଖୋଲି ପ୍ରଦର୍ଶନ କରିଥିଲା ଯୁବ କଂଗ୍ରେସ । ଘଟଣାରେ ଦିଲ୍ଲୀ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍ । ତାଙ୍କୁ ୪ ଦିନିଆ ପୁଲିସ୍ ହେପାଜତରେ ପଠାଯାଇଛି । ଏହି ସମୟରେ ତିଲକ ମାର୍ଗ ଥାନା ବାହାରେ ସୁରକ୍ଷା କଡାକଡି ହୋଇଛି । ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଗତ ଶୁକ୍ରବାର ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଟି-ସାର୍ଟ ଖୋଲି ବିକ୍ଷୋଭ ପ୍ରଦର୍ଶନ କରିଥିଲା ଯୁବ ଛାତ୍ର କଂଗ୍ରେସ । ଉଦୟ ଭାନୁ ଚିବଙ୍କ ଗିରଫର କଡ଼ା ବିରୋଧ କରାଯାଇଛି ।
ତିଲକ ମାର୍ଗ ଥାନା ପୁଲିସ୍ ଉଦୟ ଭାନୁଙ୍କୁ ପଚରାଉଚରା ପାଇଁ ଡାଲିଥିଲା । ପ୍ରାୟ ୨୦ ଘଣ୍ଟା ପ୍ରଶ୍ନ ପଚାରିବା ପରେ ତାଙ୍କୁ ଗିରଫ କରାଯାଇଛି । ପୁଲିସ୍ କହିଛି କି ସେ ପଚରାଉଚରାରେ ସହଯୋଗ କରୁନଥିଲେ । ଆଜି ତାଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବ । ଦିଲ୍ଲୀ ପୁଲିସ କହିଛି ଯେ, ସେମାନେ ଏଆଇ ସମ୍ମିଳନୀରେ ପ୍ରତିବାଦ ସହ ଜଡିତ ୫ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜିତେନ୍ଦ୍ର ଯାଦବ । ତାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଗିରଫ କରାଯାଇଛି । ଗତ ଶୁକ୍ରବାର ଦିନ ଭାରତ ମଣ୍ଡପମରେ ଅନୁଷ୍ଠିତ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର କିଛି କର୍ମୀ ପ୍ରବେଶ କରି ପ୍ରଦର୍ଶନୀ ହଲରେ ଏକ ସାର୍ଟଲେସ ପ୍ରତିବାଦ କରିଥିଲେ ।
ଏହା ବି ପଢନ୍ତୁ...‘ସୋନାର ବାଙ୍ଗଲା’ ସ୍ୱପ୍ନ ଆମେ ପୂରା କରିବ , ହିଂସା ଓ ଅରାଜକତାରେ ପଶ୍ଚିମବଙ୍ଗ ବୁଡ଼ିଛି କହିଲେ ମୋଦି
ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶେଷ ନାରାୟଣ ଓଝା କହିଛନ୍ତି ଯେ, ସରକାରଙ୍କୁ ବିରୋଧ କରିବା 'ଭାରତ ବିରୋଧୀ' ନୁହେଁ ଏବଂ ଏହା ଆମର ଅଧିକାର । ଆମର କିଛି ନେତା ଏଆଇ ସମ୍ମିଳନୀରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିଲେ। କେନ୍ଦ୍ର ସରକାର ଏବଂ ବିଜେପି ଏହାକୁ ଭାରତ ବିରୋଧୀ ବୋଲି ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି । ମୋ ମତରେ, ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଭାରତ ବିରୋଧୀ ନୁହେଁ । ପୁଲିସ କହିଛି ଯେ ଏହି ବିରୋଧ ପ୍ରଦର୍ଶନରେ ବିଭିନ୍ନ ସ୍ଥାନର ଯୁବକ ସାମିଲ୍ ହୋଇଥିଲେ । ଏହା ପଛରେ କାହାର ହାତ ଥିଲା ଓ ଫଣ୍ଡିଂ କିଏ କରିଥିଲା ବୋଲି ମଧ୍ୟ ପୁଲିସ ତଦନ୍ତ କରୁଥିଲା । କାରଣ ଏହି ଘଟଣାରେ ବିଶ୍ୱ ଦରବାରରେ ଭାରତର ମୁଣ୍ଡ ତଳକୁ ହୋଇଛି ।