ସୋରଡା,୨୮।୯ : ସୋରାଡା ବ୍ଲକ ଭଗବାନପୁର ପଞ୍ଚାୟତ ମାଣିଆକାଠି ଗ୍ରାମରେ ରବିବାର ପୋଖରୀରେ ବୁଡି ଜଣେ  ଯୁବକର ମୃତ୍ୟୁ ହୋଇଛି I ମୃତ ଯୁବକ ଜଣଙ୍କ ହେଲେ କାଳିଆ ସାବତ I

ମାଣିଆକାଠି ଗ୍ରାମ ଶିବ ସାବତଙ୍କ ପୁଅ କାଳିଆ ସକାଳେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ I ଅଚାନକ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ I ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ପୋଖରୀକୁ ଯାଇ ଦେଖିଲା ବେଳକୁ କାଳିଆ ବୁଡି ରହିଛି I ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲ ଆଣିଥିଲେ। ସେଠାରେ  ଡାକ୍ତର ମୃତ ଘୋଷଣା କରିଥିଲେ l କାଳିଆ ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ହେଲା ଗ୍ରାମକୁ ଆସିଥିଲେ I ମା ରଂଜିତା ସାବତ ସ୍ଥାନୀୟ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ବ କରିଛି I ସରକାରୀ ସହାୟତା ଯୋଗାଇ ଦେବାକୁ  ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି