ଫିରିଙ୍ଗିଆ, ୧୨/୩ : ମୁକୁଳା କୂଅରେ ଖସି ପଡ଼ିଲେ ଯୁବକ। ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ବାଲନ୍ଦାପଡା ଫାଣ୍ଡି ଅନ୍ତର୍ଗତ ବୋଉପାଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳେ ଗାଁର କନିଷ୍ଟ ଦିଗାଲ (୩୪ ବର୍ଷ) କୂଅରେ ପଡ଼ିଯାଇଥିଲେ। ତାଙ୍କର ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟା ବେଳେ ବୋଉପାଙ୍ଗା ଗାଁର କନିଷ୍ଟ ଦିଗାଲ ବିଲରେ ଥିବା କୂଅରେ ଲାଗିଥିବା ପାଣି ପମ୍ପ ସଜାଡ଼ିବାକୁ ଯାଇଥିଲେ। ପାଣି ପମ୍ପ ସଜାଡ଼ିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ସେ କୂଅରେ ଖସି ପଡ଼ିଥିଲେ। କୂଅଟି ଗଭୀର ଓ ଅଧିକ ପାଣି ଥିବାରୁ ସେ ବୁଡ଼ି ଯାଇଥିଲେ। ପରେ ପରିବାର ଲୋକେ କିଛି ଗ୍ରାମବାସୀଙ୍କ ସହାୟତାରେ କନିଷ୍ଟଙ୍କୁ କୂଅରୁ ଉଦ୍ଧାର କରି ବାଲନ୍ଦାପଡା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଚ୍ଛାପଡ଼ା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ- ଅଂଶୁଘାତ ପାଇଁ ଅଣ୍ଟା ଭିଡ଼ିଲେ ସରକାର, ଖରାଦିନେ ହେବନି ବିଦ୍ୟୁତ୍ କାଟ