ବାଙ୍ଗିରିପୋଷି,୦୯/୦୭: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ନୁଆଁଡ଼ିହି ଗାଁରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ଭାସିଗଲେ ଜଣେ ବ୍ଯକ୍ତି । ମୃତକ ହେଲେ ନୁଆଁଡ଼ିହି ଗାଁର ବିଶିକେଶନ ଦେହୁରୀ (୫୦ବର୍ଷ)।
ବିଶିକେଶନ ଦେହୁରୀଙ୍କ ପୁଅ ଶୁକଦେବ ଦେହୁରୀଙ୍କ କହିବା ମୁତାବକ, ମଙ୍ଗଳବାର ବିଲ କାମ ସାରି ସେ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ସକାଳୁ ତାଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ନଈ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ବାଙ୍ଗିରିପୋଷି ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।