ଚାନ୍ଦବାଲି,୧୮/୦୩: ଆରଆଇ ଅଫିସ କାର୍ଯ୍ୟାଳୟ ଭିତରେ ପଶି ଚେୟାରରେ ବସିଥିବା ଅଫିସରଙ୍କୁ ଆଖିବୁଜା ମାଡ। ତାହା ପୁଣି ଦିନ ଦ୍ୱିପହରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି  ବାହାରକୁ ନେଇ ମାଡ଼ ମାରିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି।

ଆହୁରି ପଢନ୍ତୁ-କଂଗ୍ରେସରୁ ନିଲମ୍ବନ ପରେ କ'ଣ କରିବେ ରମେଶ ? ନିରବ ରହିବେ ନା ବିକଳ୍ପ ଖୋଜିବେ...

ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ରାଜସ୍ବ ନୀରିକ୍ଷକ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଯୁବକ ଆରଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ ଆଇଆଇଙ୍କୁ କହିଥିଲେ । କିନ୍ତୁ ଆରଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆରଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନ୍ୟାୟ ପାଇଁ ଆରଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ତହସିଲଦାର କହିଛନ୍ତି । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।