ରାଜଗାଙ୍ଗପୁର, ୧/୮ : ରାଜଗାଙ୍ଗପୁର ଅଞ୍ଚଳର ୫ରୁ ୬ଜଣ ସାଙ୍ଗ ଆଜି ଅପରାହ୍ନରେ ବୁଲାବୁଲି କରିବାକୁ ରାଜଗାଙ୍ଗପୁର ଥାନା କେଶ୍ରାମାଲ ପଞ୍ଚାୟତ ଆମ୍ବଘାଟ ପାଣିପମ୍ପ ନାଳକୁ ଯାଇଥିଲେ । ସେଠାରେ ପାଣିରେ ଗାଧୋଇବା ସମୟରେ ତାଙ୍କ ମଧ୍ୟରୁ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଥିଲେ ।
ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଯୁବକ ଜଣଙ୍କ ରାଜଗାଙ୍ଗପୁର ବୁଚୁକୁପଡା ଗ୍ରାମର ଫକୀର ମୋହନ ବାଙ୍କରା (୨୩) ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ ।