ପୁରୀ,୧୭।୮ : ଯୁବକଙ୍କ ବେକ କାଟି ହତ୍ୟା ଉଦ୍ୟମ । ପୁରୀ ନିଳାଦ୍ରୀ ବିଚରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣକ ହେଉଛନ୍ତି ପୁରୀ ମୁକୁନ୍ଦ ମିଶ୍ର ନଗରର ଜଗଦୀଶ ବରାଳ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜୁନିୟର ଛାତ୍ର ବ୍ଲେଡ୍ ରେ ସିନିୟର ଛାତ୍ରର ବେକ କାଟି ଦେଇଥିବା ବେଳେ ସମୁଦ୍ର କୂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।