ବ୍ରଜରାଜନଗର, ୫।୨: ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ ଥିବା କୁକୁରିକାନି ନିକଟରେ ଥିବା ଟାଙ୍ଗର ଘାଟ ଜଙ୍ଗଲରେ ଯୁବକଙ୍କ ମୃତଦେହ ମିଳିଛି । କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାନୁସାରେ, ରାମପୁର ଫାଣ୍ଡି ଅନ୍ତର୍ଗତ ବୁଗୁଦା ପଡା ନିବାସୀ ସତ୍ୟନାରାୟଣ ସାହସିଙ୍କ ୧୯ ବର୍ଷୀୟ ପୁଅ ଶାହିଲ ସାହିସ ଗତ ୧ ତାରିଖ ସାକାଳୁ ଘରୁ ନିଖୋଜ ଥିଲେ । ଏ ସଂପର୍କରେ ବାପା ସତ୍ୟନାରାୟଣ ସାହିସ ପୁଅ ନିଖୋଜ ଥିବା ରାମପୁର ଫାଣ୍ଡିରେ ଖବର ଦବା ପରେ ପୁଲିସ ଚାରିଆଡ଼େ ଖୋଜାଖୋଜି କରିଥିଲେ । ଟାଙ୍ଗର ଘାଟ ଜଙ୍ଗଲ ଭିତରେ ଏକ ଜରିରେ କାହାର ମୃତଦେହ ଗୁଡ଼ା ହୋଇ ପଡ଼ିଥିବା ବିଶେଷ ସୁତ୍ରରୁ ଖବର ପାଇଥିଲା ପୁଲିସ ।
ପରେ ଘଟଣାସ୍ଥଳରେ ବ୍ରଜରାଜନଗର ଥାନା ଆଇଆଇସି ଧବଳେଶ୍ଵର ସାହୁ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଗୁଡ଼ା ହୋଇଥିବା ଜରି ଖୋଲିବା ପରେ ଶବଟିର ବହୁ ଦୁର୍ଗନ୍ଧ ହେବାରୁ ଯୁବକଙ୍କୁ ଦୁଇ ତିନି ଦିନ ଆଗରୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁନ୍ଦଲା ରେଡ୍ଡୀ ରାଘବେନ୍ଦ୍ର ଓ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ ଥାନା ଅଧିକାରୀ ଧବଳେଶ୍ୱର ସାହୁ ରାମପୁର ଫାଣ୍ଡି ଅଧିକାରୀ ସୁଦର୍ଶନ ବେହେରା ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି । ଶବଟିକୁ ବ୍ୟବଛେଦ ପାଇଁ ପଠାଇବା ସହ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l ଶବଟି ୧୯ ବର୍ଷୀୟ ସାହିଲ ସାହିସ ବୋଲି ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ... ସରକାରୀ ସୁବିଧା ପାଇବେ ଭାଗ ଚାଷୀ, ଓଡ଼ିଶାରେ ଆସିପାରେ ଆଇନ