ଭୁବନେଶ୍ଵର, ୦୫/୦୨ : ଓଡ଼ିଶାରେ ଭାଗ ଚାଷୀଙ୍କ ପାଇଁ ଆସିବ କି ଆଇନ ? ରାଜସ୍ୱ ବିଭାଗର ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ। ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଛନ୍ତି। ଏହି ଆଇନ ଆସିଲେ ଭାଗ ଚାଷୀମାନେ ମଧ୍ୟ ସରକାରୀ ସୁବିଧା ପାଇ ପାରିବେ।
ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ବାହାର ରାଜ୍ୟର ଆଇନକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।
ଆହୁରି ପଢନ୍ତୁ- ରାଜସ୍ବ ବିଭାଗରେ ମଧ୍ୟସ୍ଥି ଯୁଗ ଶେଷ: ଦୌଡ଼ିବାକୁ ପଡ଼ିବନି ତହସିଲ, ଗୋଟିଏ କ୍ଲିକରେ ଜମିଜମା କାର୍ଯ୍ୟ, ହ୍ୱାଟସଆପରେ ରାଜସ୍ବ ସେବା ଶୁଭାରମ୍ଭ
ସୂଚନା ଥାଉକି, ଲୋକସେବା ଭବନରେ ଆମ ସାଥି ସହାୟକ ୟୁନିଫାଏଡ୍ ହ୍ୱାଟସଆପ୍ ଚାକ୍ ବଟ୍ ର ଉନ୍ମୋଚନ ହୋଇଛି। ଆଜିଠୁ ହ୍ୱାଟସଆପ୍ ମେସେଜରେ ରାଜସ୍ବ ସେବା ମିଳିବ। 9437292000 WhatsApp ନଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦ୍ରିକ ସେବା ଗୁଡ଼ିକ ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ମିଳିବ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି ଖବରଟିକୁ ପଢନ୍ତୁ- ଭାରତ-ଆମେରିକା ଚୁକ୍ତିରୁ ଓଡ଼ିଶାକୁ ବଡ଼ ଫାଇଦା : 'ବ୍ଲୁ-ଇକୋନୋମି'ର ହବ୍ ପାଲଟିବ ରାଜ୍ୟ, ବିଶ୍ୱରେ ଝଲସିବ ଓଡ଼ିଶା ହସ୍ତତନ୍ତ