ଭୁବନେଶ୍ବର,୧୦/୬ : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ସାଇଣ୍ଟିଫିକ୍ ଟିମ ତଦନ୍ତ ଆରମ୍ଭ କରିଛି । କାହିଁକି ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପଛର ରହସ୍ୟ କ’ଣ ହୋଇପାରେ । କାହାର ହାତ ଥାଇପାରେ ତାଙ୍କର ମୃତ୍ୟୁରେ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସହର ବାସୁଳାଇ ଗ୍ରାମର ଭରତ ଦାସଙ୍କ ପୁଅ ଶ୍ରୀଚନ୍ଦନ ଓରଫ କାଳିଆ (୨୭)ର ମୃତ୍ୟୁ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାକୁ ଉଦ୍ଦିଷ୍ଟ ଶିଡ଼ି ରେଲିଂରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ।