ନୂଆଦିଲ୍ଲୀ: ୟୁଟ୍ୟବୁର ଅରମାନ ମଲ୍ଲିକ ଦୁଇଟି ବିବାହ କରି ଯେତିକି ଚର୍ଚ୍ଚାରେ ରହିଥିଲେ ୫ ଛୁଆଙ୍କ ବାପା ହେବା ପରେ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ । ମାତ୍ର ଏବେ ପୁଣି ଆଉ ୩ ଛୁଆଙ୍କ ବାପା ହେବେ ବୋଲି କୁହାଯାଉଛି । ପ୍ରଥମ ପତ୍ନୀ ପାୟଲ ୪ ଛୁଆଙ୍କ ମାଆ ହୋଇଥିବାବେଳେ କୃତିକା ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ କୃତିକା ଆଇପିଏଭିଏଫ କରି ଛୁଆ ଜନ୍ମ ଦେବେ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ କୁହାଯାଉଛି କି, ପରିବାର ଲୋକେ କହୁଛନ୍ତି କି କୃତିକା ଦ୍ବିତୀୟ ସନ୍ତାନ ଜନ୍ମ ଦିଅନ୍ତୁ । ଆଉ ସେ ଆଇଭିଏଫ କରି ଜାଆଁଳା ଛୁଆ ଜନ୍ମଦେବେ ବୋଲି କୁହାଯାଉଛି । କିନ୍ତୁ ସେମାନେ ପୋଷ୍ଟ କରୁଥିବା ଭିଡିଓରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରିଥାନ୍ତି ।

ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, କୃତିକା ସାଧାରଣ ଭାବେ ଛୁଆ ନରଖି ଆଇଭିଏଫ କରିବାକୁ କାହିଁକି ଚାହାଁନ୍ତି । ଏହା କେବଳ ପିଆର ପାଇଁ ବୋଲି ସେ ଦାବି କରିଛନ୍ତି । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି କି, ପାୟଲଙ୍କ ସହ ସମାନ ଭାଗ ପାଇଁ ସେ ଆହୁରି ଛୁଆ ଜନ୍ମ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ପାୟଲ ୪ ଛୁଆଙ୍କ ମାଆ ହୋଇଥିବାବେଳେ କୃତିକା ମଧ୍ୟ ୪ ଛୁଆ ଜନ୍ମ କରିବା ପାଇଁ ଚାହୁଁଥିବା କୁହାଯାଉଛି ।

ସେପଟେ ପାୟଲଙ୍କ ଭିଡିଓରେ ୟୁଜର୍ସମାନେ ଖରାପ କମେଣ୍ଟମାନ ଦେଉଥିବାବେଳେ ଏହାକୁ ପଢ଼ି ଜବାବ ରଖିଛନ୍ତି ସେ । ସମ୍ପତ୍ତି ସମ୍ପର୍କରେ କମେଣ୍ଟ ଦିଆଯାଇଥିବାବେଳେ ସେ ଏହାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏହି ସମ୍ପତ୍ତିରେ ତୁମର ମଧ୍ୟ ସେୟାର ରହିଥିବ । ସବୁ ସମ୍ପତ୍ତି ଆମ ୩ ଜଣଙ୍କର । ଦୟାକରି ଏଭଳି ଖରାପ କମେଣ୍ଟ ଦିଅନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି ।

ଏହାସହ ପଢ଼ନ୍ତୁ : Kane Williamson Retirement: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ କେନ୍ ଓ୍ବିଲିୟମସନ୍