ନୂଆଦିଲ୍ଲୀ : ଏକ ପ୍ଲାଟଫର୍ମ କେମିତି ଜୀବନକୁ ବଦଳାଇ ଦେଇପାରେ , ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ୟୁଟ୍ୟୁବର ଗେମରଫ୍ଲିଟ୍ , ଯାହାଙ୍କର ପ୍ରକୃତ ନାଁ ଅଂଶୁ ବିଷ୍ଟ, ସେ ତାଙ୍କର ୟୁଟ୍ୟୁବ୍ର ଆୟରେ ଏକ ଏମିତି ଘର ତିଆରି କରିଛନ୍ତି ,ଯାହାକୁ ଦେଖି ଲୋକେ ଜଳକା ହୋଇ ଯାଇଛନ୍ତି।
ଗେମରଫ୍ଲିଟ୍ ନିଜ ସ୍ୱପ୍ନର ଘର ତିଆରି କରିଛନ୍ତି, ଯେଉଁଥିରେ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୟୁଟ୍ୟୁବର ନିଜର ଏକ ହାଇ-ଟେକ୍ ଘର ତିଆରି କରିଛନ୍ତି। ଯେଉଁଥିରେ ଅନେକ ମଡର୍ଣ୍ଣ ଫିଚର ରହିଛି। ୟୁଟ୍ୟୁବର ନିଜ ଘର ବାହାରେ ମେଟାଲ ଫ୍ରେମିଂର କାମ କରାଇଛନ୍ତି। ମେନ୍ ଗେଟରେ ସେନସର ଲାଗିଛି , ଯାହାକୁ ଅନେକ ଉପାୟରେ ଖୋଲା ଯାଇ ପାରେ। ଏଥିରେ ସୁରକ୍ଷାର ପୂରା ଧ୍ୟାନ ରଖାଯାଇଛି, ଯାହାକି ଚୋର ଘରେ ପଶି ପାରିବେ ନାହିଁ।
ଆହୁରି ମଧ୍ୟ ଗେମରଫ୍ଲିଟ୍ ନିଜ ଘର ଭିତରେ ଲିଫ୍ଟ ଲଗାଇଛନ୍ତ, ଯେଉଁଥିରେ ମଧ୍ୟ ସେଫ୍ଟି ଉପରେ ଗୁରୁତ୍ତ୍ୱ ଦିଆଯାଇଛି। ଯଦି ଲାଇଟ୍ ଚାଲି ଯାଏ , ତ ସେହି ଲିଫ୍ଟ ହଠାତ୍ ବନ୍ଦ ହେବ ନାହିଁ। ତାହା ପରବର୍ତ୍ତୀ ଫ୍ଲୋର ଯାଏ ଯାଇ ରହିଯିବ ଏବଂ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାର ସୁବିଧା ମିଳିଯିବ।
ଗେମରଫ୍ଲିଟ୍ ନିଜର ଲିଫ୍ଟର ପାଖରେ ଏକ ସିଡି ମଧ୍ୟ ଲଗାଇଛନ୍ତି , ଯେଉଁଠି ଏକ ଜେନ-ଗାର୍ଡନ ତିଆରି ହୋଇଛି। ସିଡିରେ ଯେଉଁ କାଠ କାମ ହୋଇଛି ,ତାହା ୟୁରୋପରୁ ଆସିଛି। ଏହାସହ ଲାଗିଥିବା ଝୁମର ଦୁବାଇରୁ ଆସିଛି ,ଯାହାର ଲମ୍ୱ ପ୍ରାୟ ୪୦ ଫୁଟ ଥିବା କୁହାଯାଇଛି।
ୟୁଟ୍ୟୁବର ନିଜର ଲିଭିଂ ଏରିଆର ଝଲକ ମଧ୍ୟ ଦେଖାଇଛନ୍ତି, ଯେଉଁଥିରେ ଖୁବ୍ ହାଇ-ଟେକ୍ ଜିନିଷ ଲାଗିଛି । ତାଙ୍କର କହିବା ହେଲା ଯେ, ଘରର ପରଦା , ଲାଇଟ୍ସ କେବଳ ତାଙ୍କର ଏକ ସ୍ୱରରେ ଖୋଲେ ଓ ବନ୍ଦ ହୋଇପାରେ। ଗେମରଫ୍ଲିଟଙ୍କ ଡାଇନିଂ ଟେବଲ ମଧ୍ୟ ଆଶ୍ଚର୍ଯ୍ୟକର।
ଗେମରଫ୍ଲିଟଙ୍କ ଜନ୍ମ ଏକ ସାଧାରଣ ଘରେ ହୋଇଛି। ତାଙ୍କର ପିତା ଏକ ବସ କଣ୍ଡକ୍ଟର ଥିଲେ। ୟୁଟ୍ୟୁବରଙ୍କ ପିଲାଦିନ ଖୁବ୍ ଗରିବି ମଧ୍ୟରେ ବିତିଛି। ସେ ନିଜର କଲେଜର ଫି’ ସୁଦ୍ଧା ଦେଇ ପାରୁ ନଥିଲେ, ଯେଉଁଥି ପାଇଁ ତାଙ୍କୁ ପିଲାଙ୍କୁ ଟ୍ୟୁସନ କରି ନିଜ ଫି ଭରଣା କରିବାକୁ ହେଉଥିଲା।
ଗେମରଫ୍ଲିଟ୍ ଏହାପରେ ଗେମିଂ ଭିଡ଼ିଓଜ୍ ତିଆରି କରି ୟୁଟ୍ୟୁବ୍ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କୁ ପ୍ରାୟ ୨.୨ କୋଟି ଲୋକ ଦେଖନ୍ତି । ତାଙ୍କର ଭିଡ଼ିଓରେ ମିଲିୟନ ଭ୍ୟୁଜ୍ ମିଳୁଛି। ପ୍ରଶଂସକ ଗେମରଫ୍ଲିଟଙ୍କ ଏହି ସଫଳତାରେ ଖୁବ୍ ଖୁସି।