ନୂଆଦିଲ୍ଲୀ ; ୨୧/୧ : ଯୁବ ଇଞ୍ଜିନିୟର ଯୁବରାଜ ମେହେଟାଙ୍କ ଦୁର୍ଘଟଣା ଖବର ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । କାହିଁକି ଏଭଳି ଦୁର୍ଘଟଣା ଘଟିଲା ? ଏଥିପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଉଠିଥିବାବେଳେ ଏକ ଏସଆଇଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଏବେ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ଯୁବରାଜ କଣ କରିଥିଲେ ? କେଉଁଠାକୁ ଯାଇଥିଲେ ବିସ୍ତୃତ ଭାବେ କହିଛନ୍ତି ।

୧୬ ତାରିଖରେ ଅଫିସରୁ ଆସିବା ପରେ ଯୁବରାଜ ପ୍ରଥମେ ଗୁରୁଗ୍ରାମର ସେକ୍ଟର ୪୩ରେ ଥିବା ଏକ ବାରକୁ ଯାଇଥିଲେ । ଯେଉଁଠାରେ ତାଙ୍କ ଅଫିସର ପାର୍ଟି ଚାଲିଥିଲା । ସେଠାରେ ସେ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିଲେ । ୧୮ ନମ୍ବର ଟେବୁଲରେ ବସିଥିବାର ସିସିଟିଭି ଭିଡିଓ ଏବେ ଏହି ଟିମ ହାତରେ ଲାଗିଛି । ପ୍ରାୟ ତିନି ଘଣ୍ଟା ପାର୍ଟି କରିବା ପରେ ୯.୪୪ରେ ସେ ବାର ଛାଡ଼ିଥିଲେ । ରାତି ୧୧ଟା ପରେ ଯୁବରାଜଙ୍କ କାର ମହାମାୟା ଫ୍ଳାଏଓଭର ଉପରେ ଦ୍ରୁତଗତିରେ ଚାଲିଥିବା ଜଣା ପଡ଼ିଛି । ଏଭଳି ଗୋଟିଏ ଗୋଟିଏ ଛକ ପାସ୍ କରିଥିଲେ । ରାତି ୧୧.୨୬ ସମୟରେ ସେକ୍ଟର ୧୦୫ ଲୋଟସ ବୁଲେଭାର୍ଡ ନିକଟରେ ପହଞ୍ଚଥିବାର ଖବର ମିଳିଛି । ଏହା ତାଙ୍କର ଶେଷ ରେକର୍ଡ ମିଳିଛି ।

ତେବେ ଗାଡ଼ି ଏତେ ସ୍ପିଡ୍ ଥିଲା କି, ସେ ଡ୍ରେନ ଉପରେ ଚଢ଼ାଇ ବାଣିଜ୍ୟିକ କମ୍ପେକ୍ସ ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ଯାଇଥିଲେ । ଯଦିଓ ସେ ମୃତ୍ୟୁ ପୂର୍ବରୁ ବାପାଙ୍କୁ ଫୋନ କରି ଉଦ୍ଧାର କରିବା ପାଇଁ ଜଣାଇଥିଲେ । ମାତ୍ର ଉଦ୍ଧାରକାରୀ ଟିମ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଯଦିଓ ଏହି ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ମାତ୍ର ଛୋଟ ଏକ ଭୁଲ୍ ପାଇଁ ପ୍ରାଣ ଚାଲିଯାଇଛି ।