• ଫୁଟବଲ ଷ୍ଟାର ଲିୟୋନଲ ମେସିଙ୍କ ଭାରତ ଟୁର୍‌
  • ମେଟୁର୍ ପାଇଁ  ମେସି ୮୯ କୋଟି ଟଙ୍କା ନେଇଥିଲେ
  • ୧୧ କୋଟି ଟଙ୍କା ଟ୍ୟାକ୍ସ ଭାବେ ଭାରତ ସରକାରଙ୍କୁ ଦିଆଯାଇଛି
  • ମୋଟ ଖର୍ଚ୍ଚ ୧୦୦ କୋଟି ଟଙ୍କା ହୋଇଛି
  • କୋଲକାତାରେ ସ୍ଥିତି ଖରାପ ହୋଇଥିଲା
  • ଷ୍ଟାଡିୟମରେ ପ୍ରଶଂସକମାନେ ଭଙ୍ଗାରୁଜା କରିଥିଲେ

କୋଲକାତା : ବିଗତ ଦିନରେ ଫୁଟବଲ ଷ୍ଟାର ଲିୟୋନଲ ମେସି ଭାରତ ଗସ୍ତରେ ଥିଲେ, ଯେଉଁଠି ସେ କୋଲକାତା , ହାଇଦ୍ରାବାଦ ସମେତ ଅନେକ ସହରରେ ଇଭେଣ୍ଟ ଗୁଡ଼ିକରେ ଭାଗ ନେଇଥିଲେ। ଏହି ସମୟରେ , କୋଲକାତାରେ ସ୍ଥିତି ଖରାପ ହୋଇ ଥିଲା ଏବଂ ଷ୍ଟାଡିୟମରେ ପ୍ରଶଂସକଙ୍କ କ୍ରୋଧ ଦେଖିବାକୁ ମିଳିଥିଲା। ପୂରା ଇଣ୍ଡିଆ ଟୁର୍ ପାଇଁ ମେସିଙ୍କୁ ବଡ଼ ରାଶି ଦିଆ ଯାଇ ଥିଲା। ଇଭେଣ୍ଟର ଅର୍ଗାନାଇଜର ଓ ପୁଲିସ ଦ୍ୱାରା ଗିରଫ କରାଯାଇ ଥିବା ସତାଦ୍ରୁ ଦତ୍ତା କହିଛନ୍ତି ଯେ, ମେସୀଙ୍କ ଉପରେ କେତେ ଅର୍ଥ ଖର୍ଚ୍ଚ କରାଯାଇ ଥିଲା ଏବଂ ସେ ପଇସା କେଉଁ କେଉଁ ସୂତ୍ରରୁ ଆସି ଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ , ଦତ୍ତା ଏସଆଇଟିକୁ କହିଛନ୍ତି, ଲିୟୋନଲ ମେସୀଙ୍କୁ ଟୁର୍ ପାଇଁ ୮୯ କୋଟି ଟଙ୍କା ଦିଆଯାଇ ଥିଲା ,ଯାହାକି ୧୧ କୋଟି ଟ୍ୟାକ୍ସ ଭାବେ ଭାରତ ସରକାରଙ୍କୁ ଦିଆଯାଇଛି, ଯେଉଁଥିରେ ମୋଟ ଖର୍ଚ୍ଚ ୧୦୦ କୋଟି ଟଙ୍କା ହୋଇ ଯାଇଛି। ସୂତ୍ରାନୁସାରେ ,ଏହି ଅର୍ଥ ରାଶିର ୩୦ ପ୍ରତିଶତ ସ୍ପନସରଙ୍କ ଠାରୁ ମିଳି ଥିଲା , ଯେବେ କି, ଅନ୍ୟ ୩୦ପ୍ରତିଶତ ଟିକେଟ୍‌ ବିକ୍ରିରୁ ଆସିଛି। ଏସଆଇଟିର ଅଧିକାରୀଙ୍କୁ ଦତ୍ତାଙ୍କ ଫ୍ରିଜ୍ କରାଯାଇ ଥିବା ବ୍ୟାଙ୍କ ଆକାଉଣ୍ଟରେ ୨୦ କୋଟି ଟଙ୍କାରୁ ଅଧିକ ରାଶି ମିଳି ଥିଲା।

ଏହାସହ ମଧ୍ୟ ପଢନ୍ତୁ : ଇଶାନ କିଶନଙ୍କୁ ଏମିତି ସିଧାସଳଖ ମିଳିନାହିଁ ଟିମ୍ ଇଣ୍ଡିଆରେ ସ୍ଥାନ, ଜାଣନ୍ତୁ କଣ ରହିଛି ଟିମ୍ ମ୍ୟାନେଜମେଣ୍ଟର ମାଷ୍ଟର ପ୍ଲାନ୍ ?

ଏସଆଇଟିର ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ଦତ୍ତାଙ୍କ ଘରେ ଚଢାଉ ପରେ ଅନେକ ଡକ୍ୟୁମେଣ୍ଟ ଜବତ କରିଛନ୍ତି। ଅଧିକାରୀ କହିଛନ୍ତି , ଦତ୍ତା ଦାବି କରିଛନ୍ତି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ରାଶି ଅଛି , ତାହା କୋଲକାତା ଓ ହାଇଦ୍ରାବାଦରେ ମେସିଙ୍କ ଇଭେଣ୍ଟର ଟିକେଟ୍ ବିକ୍ରି ଓ ସ୍ପନସର ଠାରୁ ମିଳିଛି। ଆମେ ତାଙ୍କର ଦାବିର ଯାଞ୍ଚ କରୁଛୁ। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଇଭେଣ୍ଟ ଦେଖିବା ପାଇଁ ହଜାର ହଜାର ଦର୍ଶକ ମହଙ୍ଗା ଟିକେଟ୍ କିଣିଥିଲେ, କିନ୍ତୁ କାର୍ଯ୍ୟକ୍ରମରେ ସେତେବେଳେ ଧାଁ ଦୌଡ଼ ଆରମ୍ଭ ହୋଇଗଲା ,ଯେବେ ବହୁ ସଂଖ୍ୟାରେ ଲୋକେ ମୈଦାନରେ ମେସିଙ୍କ ଚାରିକଡ଼େ ଜମା ହୋଇଗଲେ, ଯେଉଁଥିରେ ତାଙ୍କୁ ଖୁବ୍ ମୁସ୍କିଲରେ ଗ୍ୟାଲେରୀରୁ ଦେଖିବାକୁ ମିଳି ଥିଲା ଏବଂ ପ୍ରଶଂସକଙ୍କ ମଧ୍ୟରେ କ୍ରୋଧ ଜାତ ହୋଇଥିଲା , ଯେଉଁଥିରୁ କିଛି ପରେ ଷ୍ଟାଡିୟମର କିଛି ଭାଗରେ ଭଙ୍ଗାରୁଜା କରି ଥିଲେ।

ପଶ୍ଚିମବଙ୍ଗ ସରକାର ସଲ୍ଟ ଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ଲିୟୋନେଲ ମେସଙ୍କ ଇଭେଣ୍ଟରେ ହୋଇଥିବା ଭାଙ୍ଗାରୁଜାର ଯାଞ୍ଚ ପାଇଁ ,ସିନିୟର ଆଇପିଏସ୍ ଅଧିକାରୀ ପୀୟୁଷ ପାଣ୍ଡେ, ଜାଭେଦ ଶମିମ, ସୁପ୍ରତିମ ସରକାର ଓ ମୁରଲିଧରଙ୍କ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଗଠନ କରିଥିଲେ। ଅଧିକାରୀ କହିଥିଲେ ଯେ, ଏସଆଇଟି ଏହି ଘଟଣାରେ ସୁରକ୍ଷାରେ ତ୍ରୁଟି , ଆକ୍ସେସ୍ ନିୟମର ଉଲ୍ଲଙ୍ଘନ ଓ ଆୟୋଜକ ଓ ଅଧିକାରୀଙ୍କ ଦାୟିତ୍ୱକୁ ମଧ୍ୟ ଯାଞ୍ଚ କରୁଛି। ୧୩ ଡିସେମ୍ୱରରେ ଲିୟୋନେଲ ମେସୀ ଇଭେଣ୍ଟର ଗିରଫ ମୁଖ୍ୟ ଆୟୋଜକ ସତାଦ୍ରୁ ଦତ୍ତା ଯାଞ୍ଚକାରୀଙ୍କୁ କହିଛନ୍ତି ଯେ, ସଲ୍ଟ ଲେକ୍ ଷ୍ଟାଡିୟମରେ ନିଜର ଉପସ୍ଥିତି ବେଳେ ଫୁଟବଲ୍ ଆଇକନଙ୍କୁ “ ସ୍ପର୍ଶ କରିବା କିମ୍ୱା ଆଲିଙ୍ଗନ କରିବା ପସନ୍ଦ ଆସି ନଥିଲା ” ଏବଂ ସେ ସ୍ଥିରୀକୃତ ସମୟ ପୂର୍ବରୁ ସେଠାରୁ ଚାଲି ଗଲେ , ଏସଆଇଟିର ଏକ ସୂତ୍ର ଶନିବାର ଏହି ସୂଚନା ଦେଇଛି।