ନୂଆଦିଲ୍ଲୀ ୦୨/୦୬: ଭାରତରେ ଆଗମୀ ବିଶ୍ୱକପ୍‌ର ସିଧା ପ୍ରସାରଣକୁ ନେଇ ଗତ କିଛି ମାସ ଧରି ଲାଗି ରହିଥିବା ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ୍ ବା ଭାରତରେ ଲୋକପ୍ରିୟ ଜି ଟିଭି ବିଶ୍ୱକପ୍ର ସିଧା ପ୍ରସାରଣ ଅଧିକାର ହାସଲ କରିଛି । ଆଗାମୀ ୮ବର୍ଷ ପାଇଁ ଜି ଟିଭି ଓ ଫିଫା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳ ସ୍ୱରୂପ ଏହି ସମୟ ମଧ୍ୟରେ ଜି ଟିଭି ଭାରତ ବାସୀଙ୍କ ପାଇଁ ବିଶ୍ୱକପ୍ ସମେତ ମୋଟ୍ ୩୯ଟି ପ୍ରମୁଖ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସିଧା ପ୍ରାସରଣ କରିବ। ଏଥି ମଧ୍ୟରେ ଆଗାମୀ ବିଶ୍ୱକପ୍ ସହ ୨୦୩୦ ସଂସ୍କରଣ, ୨୦୨୭ ମହିଳା ଫିଫା ବିଶ୍ୱକପ୍, ଫିଫା ୧୭ ବର୍ଷର କମ୍ ଓ ୨୦ ବର୍ଷରୁ କମ୍(ପୁରୁଷ ଓ ମହିଳା) ବିଶ୍ୱକପ ମଧ୍ୟ ରହିଛି । ଏହା ବ୍ୟତୀତ ଫିଫା ଫୁଟସାଲ୍ ବିଶ୍ୱକପ୍, ଫିଫା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଓ ପୂର୍ବ ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ନେଇ ପ୍ରସ୍ତୁତ ଫିଫା ଡକୁମେଣ୍ଟାରୀର ପ୍ରସାରଣ କରିବାକୁ ମଧ୍ୟ ଜି ଟିଭି ଚୁକ୍ତି କରିଛି ।

ସୂଚନାଯୋଗ୍ୟ, ଫିଫା ପ୍ରସାରଣ ଅଧିକାର ହାସଲ କରିବା ପୂର୍ବରୁ ଜି ଟିଭି ପକ୍ଷରୁ ୪ଟି ସ୍ପୋର୍ଟ୍ସ ଚ୍ୟାନେଲ (ୟୁନାଇଟ୮ ସ୍ପୋର୍ଟ୍ସ-୧, ୟୁନାଇଟ୮ ସ୍ପୋର୍ଟ୍ସ-୧ ଏଚଡି, ୟୁନାଇଟ୮ ସ୍ପୋର୍ଟ୍ସ-୨, ୟୁନାଇଟ୮ ସ୍ପୋର୍ଟ୍ସ-୨ ଏଚଡି) ଉନ୍ମୋଚନ କରିଥିଲା । ଏହି ସବୁ ଚ୍ୟାନେଲ ବ୍ୟତୀତ ଜି-ଫାଇଭ ଆପ୍ଲିକେସନରେ ମଧ୍ୟ ବିଶ୍ୱକପ୍ର ସିଧା ପ୍ରସାରଣ କରାଯିବ ।

ସୂଚନାଯୋଗ୍ୟ, ଭାରତରେ ବିଶ୍ୱକପ୍ର ପ୍ରସାରଣ ଅଧିକାର ବିକ୍ରି କରିବା ପାଇଁ ଫିଫା ପ୍ରଥମେ ୧୦୦ମିଲିୟନ ଡଲାର(୯୩୦.୯ କୋଟି ଟଙ୍କା) ମୂଲ୍ୟ ଧାର୍ଯ୍ୟ କରିଥିଲା । ମାତ୍ର ଭାରତୀୟ ପ୍ରସାରଣ କମ୍ପାନୀମାନେ ବିଡ୍ ଦାଖଲ କରି ନଥିଲେ । ବର୍ତ୍ତମାନ ଫିଫା ୬୫% ରିହାତି କରି ୩୫ ମିଲିୟନ ଡଲାର(୩୨୫.୮୨ କୋଟି ଟଙ୍କା)ରେ ସୀମିତ ରଖିଛି । ତଥାପି ପ୍ରସାରଣ ଅଧିକାର କିଣିବାକୁ କେହି ରାଜି ହୋଇ ନଥିଲେ । ବିଶ୍ୱକପ୍ର ପ୍ରସାରଣ ଅଧିକାର ପାଇଁ ଜିଓଷ୍ଟାର ୨୫ମିଲିୟନ ଡଲାର(୨୩୨.୭କୋଟି ଟଙ୍କା) ବିଡ୍ ଦାଖଲ କରିଥିଲା । ଯାହା ଫିଫାର ରିହାତି ମୂଲ୍ୟ ଠାରୁ ମଧ୍ୟ ୧୦ମିଲିୟନ ଡଲାର କମ୍ ରହିଥିଲା ।

ଅଧିକ ପଢ଼ନ୍ତୁ :-  Vaibhav Sooryavanshi: ୧୫ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ , IPLରେ ରେକର୍ଡକୁ ନେଇ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ପାଇଁ ବଢ଼ିଲା ଦାବି