ନୂଆଦିଲ୍ଲୀ, ୧୩/୦୬: ଭାରତ ପାଇଁ ଚଳିତ ଫିଫା ବିଶ୍ୱକପ୍ର ସିଧା ପ୍ରସାରଣ ଅଧିକାର ହାସଲ କରିଛି ଜୀ ଏଣ୍ଟରଟେନମେଣ୍ଟ । ଭାରତବାସୀଙ୍କୁ ବିଶ୍ୱକପ୍ ଦେଖାଇବା ପାଇଁ ଜୀ ପକ୍ଷରୁ ସ୍ୱତନ୍ତ୍ର ସ୍ପୋର୍ଟ୍ସ ଚ୍ୟାନେଲ ମଧ୍ୟ ପ୍ରସ୍ତୁତ କରାଯାଇଛି । କେବଳ ଗୋଟିଏ ମ୍ୟାଚର ପ୍ରସାରଣରେ ଜୀ ସବୁ ଅର୍ଥ ଫେରି ପାଇଛି । ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ୍ ବା ଭାରତରେ ଲୋକପ୍ରିୟ ଜୀ ଟିଭି ଆଗାମୀ ୮ବର୍ଷ ପାଇଁ ଫିଫା ସହ ଚୁକ୍ତି କରିଛି । ଫଳ ସ୍ୱରୂପ ଏହି ସମୟ ମଧ୍ୟରେ ଜୀ ଟିଭି ଭାରତବାସୀଙ୍କ ପାଇଁ ବିଶ୍ୱକପ୍ ସମେତ ମୋଟ୍ ୩୯ଟି ପ୍ରମୁଖ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସିଧା ପ୍ରାସରଣ କରିବ ।
ଜୀ ଟିଭି ଓ ଫିଫା ମଧ୍ୟରେ ୩୩୦ କୋଟି ଟଙ୍କା ମୂଲ୍ୟରେ ପ୍ରସାରଣ ଅଧିକାର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ଅନୁଷ୍ଠିତ ଫିଫା ବିଶ୍ୱକପ୍ର ପ୍ରଥମ ମ୍ୟାଚର ସିଧା ପ୍ରସାରଣ କରି ଜୀ ଟିଭି ୨୦୦ କୋଟି ଟଙ୍କା ଆୟ କରିଥିବା ପ୍ରାଥମିକ ଆକଳନରୁ ଜଣା ପଡ଼ିଛି । ଅର୍ଥାତ ଗୋଟିଏ ମ୍ୟାଚରେ ଜୀ ଟିଭି ବ୍ୟୟ କରିଥିବା ଅର୍ଥର ୬୦% ଫେରି ପାଇଛି ।
ଅଧିକ ପଢ଼ନ୍ତୁ :- IND VS AFG ODI: ପ୍ଲେଇଂ ୧୧ରେ କୋହଲିଙ୍କ ସ୍ଥାନରେ ୩ ଦାବିଦାର, ଜଣେ ବୋଲରଙ୍କ ଡେବ୍ୟୁ ନିଶ୍ଚିତ !
ସୂଚନାଯୋଗ୍ୟ, ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ୩୦ଲକ୍ଷ ଦର୍ଶକ କେବଳ ଓଟିଟି ପ୍ଲାଟଫର୍ମରେ ଦେଖିଥିଲେ