ନୂଆଦିଲ୍ଲୀ : ଏନସିପି ଲିଡର ବାବା ସିଦ୍ଦିକିଙ୍କର ପୁଅ ଜିଶାନ ସିଦ୍ଦିକି ଖୁଲାସା କରିଛନ୍ତି ଯେ , ସଲମାନ ଖାନ ଓ ତାଙ୍କ ପରିବାର ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ମନେପକାଇ ଦେଉଛୁ କି, ୧୨ ଅକ୍ଟୋବର ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା। ଯେତେବେଳେ ଏହି କଥା ସଲମାନ ଜାଣି ପାରିଲେ , ସେତେବେଳେ ସେ ବିଗବସ୍-୧୮ ର ୱିକେଣ୍ଡ କା ବାର୍ର ସୁଟିଂ କରୁ ଥିଲେ। ସେ ସୁଟିଂ ରୋକି ବାବା ସିଦ୍ଦିକିଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚି ଥିଲେ। ଖାଲି ଏତିକି ନୁହେଁ, ସେ ତାଙ୍କର ଅନ୍ତିମ ଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ।
ଜିଶାନ ବିବିସି ହିନ୍ଦୀକୁ ଦେଇଥିବା ଇଣ୍ଟରଭ୍ୟୁରେ ସଲମାନଙ୍କ ବିଷୟରେ କହି ଥିଲେ। ଜିଶାନ କହିଥିଲେ , ମୁଁ ପିତାଜୀ ( ବାବା ସିଦ୍ଦିକି)ଙ୍କ ବନ୍ଧୁଙ୍କୁ ସେଲିବ୍ରେଟି ଭାବି ନଥାଏ, କାରଣ ଯଦି ଆପଣଙ୍କ ଘରକୁ ସବୁବେଳେ କିଏ ଆସିଥାଏ ତ ସେ ଆପଣଙ୍କର ଘରର ସଦସ୍ୟ ହୋଇଯାନ୍ତି। ଭାଇ , ସଞ୍ଜୟ ଦତ୍ତ , ଶିଳ୍ପା ସେଟ୍ଟୀ ଓ ଏସବୁ ଲୋକ ଆମ ପରିବାରର ସଦସ୍ୟ। ସଲମାନ ଭାଇ ତ ସବୁବେଳେ ...ପିତାଜୀଙ୍କ ହତ୍ୟା ପରେ ସଲମାନ ଭାଇ ବହୁତ ଚିନ୍ତାରେ ଥିଲେ।
ପିତାଜୀ ଓ ସଲମାନ ଭାଇ ନିଜ ଭାଇ ଭଳି ଥିଲେ। ପିତାଜୀଙ୍କ ମୃତ୍ୟୁ ପରେ ଭାଇ ବହୁତ ସହଯୋଗ କରିଥିଲେ। ସେ ମୋର ଅବସ୍ଥା ପଚାରି ବୁଝୁ ଥିଲେ। ପ୍ରତିଦିନ ରାତିରେ କଲ୍ କରୁଥିଲେ ଏବଂ ନିଦ ଆସୁ ନାହିଁ ...ଏମିତି ସବୁ କହୁ ଥିଲେ। ତାଙ୍କର ସପୋର୍ଟ ସର୍ବଦା ରହିଛି , ଆଗକୁ ବି ରହିବ।
କହି ରଖୁଛୁ କି, ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସିକ୍ୟୁରିଟି ବଢାଇ ଦିଆ ଯାଇଛି। ତାଙ୍କର ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସିକ୍ୟୁରିଟି ମୁତୟନ କରି ଦିଆଯାଇଛି। ତାଙ୍କ ଘର ବାହାରେ ବାରିକେଡ୍ସ ଲଗାଇ ଦିଆଯାଇଛି। କୌଣସି ବି ଗାଡ଼ିକୁ ତାଙ୍କ ଘର ବାହାରେ ବା ଆଖପାଖରେ ରହିବାକୁ ଦିଆ ଯାଉ ନାହିଁ।